Image Courtesy of Money Control
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିହାରର ୫ ଜଣ ପ୍ରାର୍ଥୀଙ୍କ ସମେତ ଆଉ ୭ ଜଣ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଅଜୟ ନିଶାଦଙ୍କୁ ବିହାରର ମୁଜାଫରପୁରରୁ ଦଳୀୟ ପ୍ରାର୍ଥୀ କରାଯାଇଛି। ଏହି ଆସନରୁ ବର୍ତ୍ତମାନର ସାଂସଦ ନିଶାଦ କିଛି ଦିନ ତଳେ ଭାରତୀୟ ଜନତା ପାର୍ଟି (ବିଜେପି) ଛାଡି କଂଗ୍ରେସରେ ଯୋଗ ଦେଇଥିଲେ। ରାଜ୍ୟ କଂଗ୍ରେସ ସଭାପତି ଅଖିଳେଶ ପ୍ରସାଦ ସିଂହଙ୍କ ପୁଅ ଆକାଶ ପ୍ରସାଦ ସିଂହଙ୍କୁ ବିହାରର ମହାରାଜଗଞ୍ଜ ଲୋକସଭା ଆସନରୁ ଟିକେଟ୍ ଦିଆଯାଇଛି।
ଦଳ ପଶ୍ଚିମ ଚମ୍ପାରଣରୁ ମଦନ ମୋହନ ତିୱାରୀ, ସମସ୍ତିପୁରରୁ ସନ୍ନି ହଜାରୀ ଏବଂ ସାସାରାମରୁ ମନୋଜ କୁମାରଙ୍କୁ ପ୍ରାର୍ଥୀ କରିଛି। ମହାମେଣ୍ଟ ଅଧୀନରେ କଂଗ୍ରେସ ବିହାରରେ ମୋଟ ୯ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ପାଟନା ସାହିବ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ। ଦଳ ହୋସିଆରପୁରରୁ ୟାମିନୀ ଗୋମାର ଏବଂ ପଞ୍ଜାବର ଫରିଦକୋଟରୁ ଅମରଜିତ କୌର ସାହୋକେଙ୍କୁ ପ୍ରାର୍ଥୀ କରିଛି। ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଏପର୍ଯ୍ୟନ୍ତ ମୋଟ ୩୦୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।
Follow Us