ପଞ୍ଜାବରେ ଚରଣଜିତ୍ ସିଂହ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କଲା କଂଗ୍ରେସ

Advertisment
ପଞ୍ଜାବରେ ଚରଣଜିତ୍ ସିଂହ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କଲା କଂଗ୍ରେସ

ଚଣ୍ଡିଗଡ଼: ଆଗକୁ ବିଧାନସଭା ନିର୍ବାଚନ। ଏନେଇ କଂଗ୍ରେସ ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସ ପୁଣି ଥରେ ଚରଣଜିତ୍ ସିଂହ ଚନ୍ନିଙ୍କୁ ନିଜ ପ୍ରମାଣ କରିବାର ସୁଯୋଗ ଦେବା ସହ ତାଙ୍କୁ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଛନ୍ତି। ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୁଧିଆନାରେ ଏକ ଭର୍ଚୁଆଲ୍ ରାଲିକୁ ସମ୍ବୋଧିତ କରି ଆଗାମୀ ମତଦାନ ପାଇଁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି।

ଆଇଭିଆର (ଇଣ୍ଟରାକ୍ଟିଭ୍ ଭଏସ୍ ରେସପନ୍ସ) କଲ୍ ମାଧ୍ୟମରେ ପଞ୍ଜାବରେ ଏହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସ୍ଥିର କରିବାକୁ କଂଗ୍ରେସ ହାଇକମାଣ୍ଡ ଲୋକଙ୍କ ମତାମତ ଲୋଡିବାର କିଛି ଦିନ ପରେ ଏହି ନିଷ୍ପତ୍ତି ନିଆଯାଇଛି। କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ଲୋକଙ୍କ ପରାମର୍ଶ ଅନୁଯାୟୀ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରିଛି। ଚନ୍ନି ଗରିବ ପରିବାରରୁ ଆସିଥିବାରୁ ସେ ଦାରିଦ୍ର୍ୟକୁ ବୁଝନ୍ତି। ସେଥିପାଇଁ ସେ ଲୋକଙ୍କ କଷ୍ଟ ବୁଝି ଏହାକୁ ଦୂର କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe