ଅହମଦ ପଟେଲଙ୍କ ଦେହାନ୍ତ ହେବା ପରେ ପୂର୍ବତନ ସାଂସଦ ପବନ କୁମାର ବଂଶଲଙ୍କୁ ଏଆଇସିସି କୋଷାଧ୍ୟକ୍ଷ ଭାବେ ନିଯୁକ୍ତ କଲା କଂଗ୍ରେସ

Advertisment
ଅହମଦ ପଟେଲଙ୍କ ଦେହାନ୍ତ ହେବା ପରେ ପୂର୍ବତନ ସାଂସଦ ପବନ କୁମାର ବଂଶଲଙ୍କୁ ଏଆଇସିସି କୋଷାଧ୍ୟକ୍ଷ ଭାବେ ନିଯୁକ୍ତ କଲା କଂଗ୍ରେସ

indiatoday

ନୂଆଦିଲ୍ଲୀ: ଅହମଦ ପଟେଲଙ୍କ ଦେହାନ୍ତ ପରେ ରାଜ୍ୟସଭାର ପୂର୍ବତନ ସାଂସଦ ପବନ କୁମାର ବଂଶଲଙ୍କୁ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି)ର ମଧ୍ୟବର୍ତ୍ତୀ କୋଷାଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। ବରିଷ୍ଠ କଂଗ୍ରେସ କର୍ମୀ ତଥା ଗୁଜୁରାଟର ରାଜ୍ୟସଭା ସାଂସଦ ଅହମଦ ପଟେଲଙ୍କ ଦେହାନ୍ତ ପରେ ଏହି ପଦ ଖାଲି ପଡିଥିଲା। ଶନିବାର କଂଗ୍ରେସ ଏହି ପଦ ପାଇଁ ବଂଶଲଙ୍କୁ ମଧ୍ୟବର୍ତ୍ତୀ କୋଷାଧ୍ୟକ୍ଷର ଦାୟିତ୍ବ ଦେଇଛି।

ଚଣ୍ଡିଗଡ଼ରୁ ଚାରିଥର ଲୋକସଭା ସାଂସଦ ହୋଇଥିବା ପବନ କୁମାର ବଂଶଲ ମଧ୍ୟ ପଞ୍ଜାବ ପାଇଁ ରାଜ୍ୟସଭା ସାଂସଦ ଭାବରେ ଗୋଟିଏ ଥର କାର୍ଯ୍ୟ କରିଥିଲେ। ଏଥିସହ ପବନ କୁମାର ବଂଶଲ ମଧ୍ୟ ଏଆଇସିସିର ଜାତୀୟ ମୁଖପାତ୍ର ତଥା ଦଳର ଅନୁସନ୍ଧାନ ଏବଂ ରେଫରେନ୍ସ ସେଲର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଛନ୍ତି।

Bribery case: Pawan Bansal seeks exemption on health ground Mint

ଏଆଇସିସି କୋଷାଧ୍ୟକ୍ଷ ଭାବେ ନିଯୁକ୍ତି ପାଇବା ପରେ ପ୍ରତିକ୍ରିୟାରେ ପବନ କୁମାର ବଂଶଲ କହିଛନ୍ତି, କଂଗ୍ରେସ ସଭାପତି ସୋନିଆଜୀ ଏବଂ ରାହୁଲଜୀଙ୍କୁ ମୋ ଉପରେ ବିଶ୍ୱାସ କରିଥିବାରୁ ଧନ୍ୟବାଦ ଜଣାଉଛି ଏବଂ ପୂର୍ଣ୍ଣ ଦାୟିତ୍ୱର ସହ କୋଷାଧ୍ୟକ୍ଷ ଦାୟିତ୍ୱ ତୁଲାଇବା ମୋର ଉଦ୍ୟମ ହେବ।

ସୂଚନା ମୁତାବକ, ଅହମଦ ପଟେଲ ଅଗଷ୍ଟ ୨୦୧୮ରୁ ନିଜର ମୃତ୍ୟୁ ହେବା ପର୍ଯ୍ୟନ୍ତ ଏଆଇସିସିର କୋଷାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ | କରୋନାଭାଇରସ୍ ରୋଗରେ ଆକ୍ରାନ୍ତ ହୋଇ ଅହମଦ ପଟେଲ ହରିୟାଣାର ଗୁରୁଗ୍ରାମରେ ଥିବା ମେଦାନ୍ତ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ, ଯେଉଁଠାରେ ନଭେମ୍ବର ୨୫ତାରିଖ ସକାଳେ ତାଙ୍କର ଏକାଧିକ ଅଙ୍ଗ ଅକାମୀ ହୋଇଥିଲେ। ଏହା ପରେ ପରେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe