ମୋଦୀ ସରକାରଙ୍କୁ ଘେରିଲା କଂଗ୍ରେସ, ‘ଦୁର୍ନୀତି ନୌକା’ ଆଉ ଭାସିବନି

Advertisment
ଚକଡ଼ାକୁ ନେଇ ଅସନ୍ତୋଷ ଝାଡ଼ିଲା କଂଗ୍ରେସ

ନୂଆଦିଲ୍ଲୀ: ରାଫେଲ୍‌ ଚୁକ୍ତି ମୂଲ୍ୟ ବାବଦରେ ସୁପ୍ରିମ୍‌ କୋର୍ଟ ‌କେନ୍ଦ୍ର ସରକାରଙ୍କୁ ପୂର୍ଣ୍ଣ ବିବରଣୀ ମାଗିବା ପରେ କଂଗ୍ରେସ ମୋଦୀ ସରକାରଙ୍କୁ ପୁଣି ଘେରିଛି। ମୋଦୀ ସରକାରଙ୍କ ‘ଦୁର୍ନୀତି ନୌକା’ ଆଉ ବେଶିଦିନ ଭାସିବ ନାହିଁ ବୋଲି ଦଳ କହିଛି। ରାଫେଲ୍‌ ଯୁଦ୍ଧ ବିମାନ ଚୁକ୍ତି ମୂଲ୍ୟ ବାବଦରେ ତଥ୍ୟ ଦେବାକୁ ବୁଧବାର କେନ୍ଦ୍ରକୁ ସୁପ୍ରିମ୍‌ କୋର୍ଟ ୧୦ ଦିନ ସମୟ ଦେଇଛନ୍ତି। ଏ ପ୍ରସଙ୍ଗରେ କଂଗ୍ରେସର ମୁଖପାତ୍ର ରଣଦୀପ ସୁର୍ଯେୱାଲା କହିଛନ୍ତି, ରାଫେଲ୍‌ ଚୁକ୍ତି ସମ୍ପର୍କରେ ସରକାର ଏଣିକି ତଥ୍ୟ ଲୁଚାଇ ପାରିବେ ନାହିଁ। ଖୋଦ ସୁପ୍ରିମ୍‌ କୋର୍ଟ ଏହି ତଥ୍ୟ ମାଗିଛନ୍ତି। ଦୁର୍ନୀତିରେ ବୁଡ଼ିଥିବା ବିଜେପି ସରକାର ଆଉ ତଦନ୍ତକୁ ବେଶିଦିନ ଏଡ଼ାଇ ପାରିବ ନାହିଁ। ଯୁଗ୍ମ ସଂସଦୀୟ କମିଟି (ଜେପିସି) ଠାରୁ ଅଭିଯୁକ୍ତମାନେ ଆଉ ବର୍ତ୍ତି ପାରିବେ ନାହିଁ। ସେ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏଣିକି ରାଫେଲ୍‌ ଚୁକ୍ତି ସମ୍ପର୍କରେ ଲୋକଙ୍କୁ ଜଣାଇବାକୁ ପଡ଼ିବ। ଏବେ ଏହି ଦୁର୍ନୀତି ପରିପକ୍ବ ଅବସ୍ଥାକୁ ଚାଲିଆସିଲାଣି। ଏଥିରେ ତ୍ରାହି ମିଳିବା ମୁସ୍କିଲ୍‌ ହୋଇପଡ଼ିବ ବୋଲି ସୁର୍ଯେୱାଲା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ରାଫେଲ୍‌ ଚୁକ୍ତିରେ ଭୀଷଣ ଅନିୟମିତତା ହୋଇଥିବା କଂଗ୍ରେସ ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଉଛି। ୟୁପିଏ ସରକାର ଅମଳରେ ଗୋଟିଏ ରା‌ଫେଲ୍‌ ବିମାନ ମୂଲ୍ୟ ୫୨୬ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ମୋଦୀ ସରକାରରେ ଏହା ୩ଗୁଣ ହୋଇ ୧,୬୭୦ କୋଟି ଟଙ୍କା ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। କେନ୍ଦ୍ର ସରକାର ୩୬ଟି ବିମାନ ପାଇଁ ଚୁକ୍ତି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe