ସିମଲାରେ ବିଧାୟକଙ୍କ ବୈଠକ ଡାକିଲା କଂଗ୍ରେସ

ନିର୍ବାଚନ ଲଢ଼ିବାକୁ ଅମଙ୍ଗ ହେଉଛନ୍ତି କଂଗ୍ରେସର ବଡ ବଡ ନେତା

The New Indian Express

ନୂଆଦିଲ୍ଲୀ : ହିମାଚଳରେ ୪୦ ଆସନରେ ନିର୍ବାଚନ ଜିତିଥିବା କଂଗ୍ରେସ ଆଜି ସିମଲାରେ ନବ ନିର୍ବାଚିତ ବିଧାୟକମାନଙ୍କର ବୈଠକ ଡାକିଛି। ପ୍ରଥମେ ଦଳ ଚଣ୍ଡିଗଡ଼‌ରେ ବିଧାୟକମାନଙ୍କ ବୈଠକ ଡାକିଥିଲା। କିନ୍ତୁ ହିମାଚଳରେ ଦଳକୁ ସ୍ପଷ୍ଟ ବହୁମତ ମିଳିବାପରେ ଏହା ଯୋଜନା ବଦଳାଇ ସିମଲାରେ ବୈଠକ ଡକାଯାଇଛି। ହିମାଚଳରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଏହି ବୈଠକରେ ନିଷ୍ପତ୍ତି ନିଆଯିବ। କଂଗ୍ରେସ ଅତ୍ୟନ୍ତ ସତର୍କତା ଅବଲମ୍ବନ କରି ଆଜି ବୈଠକ ଡାକିଛି।

କଂଗ୍ରେସ ନିର୍ବାଚନ ଜିତିବା ସହ ହିମାଚଳରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ‌ହୋଇଛି। ଦଳ ନବନିର୍ବାଚିତ ବିଧାୟକଙ୍କ ନିଷ୍ପତ୍ତି ଅନୁଯାୟୀ କାମ କରିବ। ସୂଚନାନୁଯାୟୀ, ହିମାଚଳର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପତ୍ନୀ ପ୍ରତିଭା ସିଂହ ହିମାଚଳର ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ଼ରେ ଅଛନ୍ତି। ପ୍ରତିଭା ସିଂହ ଯଦିଓ ବିଧାନସଭା ନିର୍ବାଚନ ଲଢ଼ିନାହାନ୍ତି ଏବଂ ସେ ବିଧାୟକ ମଧ୍ୟ ନାହାନ୍ତି ସେ କିନ୍ତୁ ଦଳ ପାଇଁ ପ୍ରଚାର କରିଥିଲେ। ପ୍ରତିଭା ସିଂହ ଏବେ ମଣ୍ଡିରୁ ସାଂସଦ ଅଛନ୍ତି। ପ୍ରତିଭା ସିଂହଙ୍କ ପୁ୍ଅ ବିକ୍ରମାଦିତ୍ୟ ସିଂହ ମଧ୍ୟ ଶିମ୍‌ଲା ଗ୍ରାମୀଣରୁ ନିର୍ବାଚନ ଜିତିଛନ୍ତି। ବିକ୍ରମାଦିତ୍ୟ ମଧ୍ୟ ତାଙ୍କ ମା’ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe