ଜୟଶଙ୍କରଙ୍କୁ ‘ବିଫଳ ବିଦେଶମନ୍ତ୍ରୀ’ କହିଲା କଂଗ୍ରେସ

Advertisment
ଜୟଶଙ୍କରଙ୍କୁ ‘ବିଫଳ ବିଦେଶମନ୍ତ୍ରୀ’ କହିଲା କଂଗ୍ରେସ

Image Courtesy of India Today

ନୂଆଦିଲ୍ଲୀ: ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ବୁଧବାର ଦିନ ଏଲ୍‌ଏସି ସଂକ୍ରାନ୍ତରେ ରଖିଥିବା ଟିପ୍ପଣୀ ପାଇଁ କଂଗ୍ରେସ ତାଙ୍କ ବିରୋଧରେ ପ୍ରବଳ ବର୍ଷିଛି। ଏଲ୍‌ଏସିକୁ ନେଇ କଂଗ୍ରେସ ବିଭ୍ରାନ୍ତିକର ବୟାନ ଦେଇଚାଲିଥିବା ଦର୍ଶାଇ ଜୟଶଙ୍କର କହିଥିଲେ ଯେ ଭାରତର ଅର୍ଥନୀତି ଛୋଟ ତେଣୁ ଭାରତ କେମିତି ନିଜଆଡ଼ୁ ପ୍ରଥମେ ଚୀନ୍‌କୁ ଆକ୍ରମଣ କରିବ। ଜୟଶଙ୍କର ଗତକାଲି ଏକ ସାକ୍ଷାତକାରରେ ଏଭଳି ମତ ରଖିବା ପରେ କଂଗ୍ରେସ ଏହାକୁ ପ୍ରସଙ୍ଗ କରିଛି ଏବଂ ଜୟଶଙ୍କର ଜଣେ ବିଫଳ ବିଦେଶ ମନ୍ତ୍ରୀ ବୋଲି କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ କହିଛନ୍ତି। ସେ କହିଛନ୍ତି ଯେ ଜୟଶଙ୍କର ଭାରତୀୟ ସେନାକୁ ଅପମାନିତ କରିଛନ୍ତି। ଚୀନ୍‌ ଅର୍ଥନୀତି ତୁଳନାରେ ଭାରତର ଅର୍ଥନୀତି ଛୋଟ ବୋଲି କହି ଜୟଶଙ୍କର ସେନାର ବୀରତ୍ବ ଏବଂ ଗୌରବକୁ ଆଘାତ ଦେଇଛନ୍ତି।

ସୁପ୍ରିୟା ଶ୍ରୀନେତ ଜୟଶଙ୍କରଙ୍କୁ ୬ଟି ପ୍ରଶ୍ନ କରିଛନ୍ତି। ଏହି ପ୍ରଶ୍ନ ଗୁଡ଼ିକ ହେଉଛି - ଚୀନ୍‌ ଅତିକ୍ରମଣର ସେହି ଫଟୋ ଗୁଡ଼ିକ କ’ଣ ? ଆମ ପାଟ୍ରୋଲିଂ ପଏଣ୍ଟ୍‌ ଏବେ ବଫର ଜୋନ୍‌ ହେବା ଉପରେ ତାଙ୍କର ପ୍ରତିକ୍ରିୟା କ’ଣ ? ବ୍ରିଜ୍‌ ନିର୍ମାଣ ସଂକ୍ରାନ୍ତରେ ସେ କ’ଣ କହିବେ ? ଚୀନ୍‌ ଆକ୍ରମଣ ହୋଇନାହିଁ ବୋଲି ମୋଦୀ ବିଶ୍ବ ଆଗରେ ଦାବି କରିବା ପାଇଁ ସେ ମୋଦୀଙ୍କୁ କହିପାରିବେ କି ? ଉକ୍ତ ଘଟଣା ଉପରୁ ଦୃଷ୍ଟି ହଟାଇବାପାଇଁ ଏହା କ’ଣ ସରକାରଙ୍କୁ ଆପଣଙ୍କ ପରାମର୍ଶ କ’ଣ? ଜୟଶଙ୍କରଜୀ ଆପଣ କ’ଣ ଷ୍ଟକହୋମ୍‌ ସିଣ୍ଡ୍ରୋମ୍‌ ( ପୀଡ଼ିତଙ୍କ ଦ୍ବାରା ଅପରାଧୀ ପ୍ରତି ସହାନୁଭୂତି ପ୍ରଦର୍ଶନ)ରେ ପୀଡ଼ିତ କି ବୋଲି ସୁପ୍ରିୟା ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe