ନିର୍ବାଚନ ନେଲା ଜୀବନ: ହାରିବା ପରେ ହୃଦଘାତରେ କଂଗ୍ରେସ ପ୍ରାର୍ଥୀଙ୍କ ମୃତ୍ୟୁ

Advertisment
ନିର୍ବାଚନ ନେଲା ଜୀବନ: ହାରିବା ପରେ ହୃଦଘାତରେ କଂଗ୍ରେସ ପ୍ରାର୍ଥୀଙ୍କ ମୃତ୍ୟୁ

ରେୱା(ମଧ୍ୟପ୍ରଦେଶ): ମଧ୍ୟପ୍ରଦେଶର ରେୱାରେ ପୌର ପରିଷଦ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କଂଗ୍ରେସ ପ୍ରାର୍ଥୀ ହରିନାରାୟଣ ଗୁପ୍ତାଙ୍କ ମୃତ୍ୟୁ ହୋଇଛି। ରବିବାର ଦିନ ନିର୍ବାଚନର ଫଳାଫଳ ଆସିବା ପ‌ରେ ହାରି ଯାଇଥିବା ଜାଣି ହୃଦଘାତରେ ହରିନାରାୟଣ ଗୁପ୍ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ୱାର୍ଡ ୯ରୁ କଂଗ୍ରେସ ଟିକେଟ୍ ପାଇ ହରିନାରାୟଣ ଗୁପ୍ତା ପ୍ରାର୍ଥୀ ହୋଇଥିଲେ। କିନ୍ତୁ ସ୍ୱାଧୀନ ପ୍ରାର୍ଥୀ ଅଖିଳେଶ ଗୁପ୍ତା ପୌର ପରିଷଦ ନିର୍ବାଚନରେ ହରିନାରାୟଣଙ୍କୁ ୧୪ଖଣ୍ଡ ଭୋଟରେ ପରାସ୍ତ କରିଥିଲେ। ଏହି ଖବର ଶୁଣି ତାଙ୍କର ହୃଦଘାତ ହେବା ସହ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ରବିବାର ମଧ୍ୟପ୍ରଦେଶରେ ପୌର ପରିଷଦ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଥିଲା। ଜୁଲାଇ ୬ ଏବଂ ୧୩ରେ ୧୬ଟି ନଗର ପାଳିକା ନିଗମ, ୯୯ନଗର ପାଳିକା ପରିଷଦ ଏବଂ ୨୯୮ ନଗର ପରିଷଦ ସମେତ ୪୧୩ଟି ପୌରସଂସ୍ଥା ପାଇଁ ପୌର ପରିଷଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଫଳାଫଳ ଅନୁଯାୟୀ, ବୁରହାନପୁର, ସତନା, ଖଣ୍ଡାୱା ଏବଂ ସାଗରରେ ବିଜେପି ବିଜୟୀ ହୋଇଥିବାବେଳେ ଆମ୍ ଆଦମୀ ପାର୍ଟି  ସିଙ୍ଗରୌଲିରେ ଜିତି ମଧ୍ୟପ୍ରଦେଶରେ ପ୍ରବେଶ କରିଛି।

ସିଙ୍ଗରୌଲିରେ, ଆପର ମେୟର ପ୍ରାର୍ଥୀ ରାଣୀ ଅଗ୍ରୱାଲ ୯୧୫୯ଭୋଟ ପାଇ ବିଜୟୀ ହୋଇଛନ୍ତି। ସେ କଂଗ୍ରେସର ଅରବିନ୍ଦ ଚାନ୍ଦେଲଙ୍କୁ ପରାସ୍ତ କରିଥିବାବେଳେ ବିଜେପିର ଚନ୍ଦ୍ରପ୍ରକାଶ ବିଶ୍ୱକର୍ମା ତୃତୀୟ ସ୍ଥାନରେ ରହିଛନ୍ତି। ଆମ୍ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜେ ସିଙ୍ଗରୌଲିକୁ ପ୍ରଚାର କରିବାକୁ ଆସିଥିଲେ। ଏଠାରେ ସେ ଏକ ରୋଡ୍ ସୋ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe