ବିଜେପି ପ୍ରାର୍ଥୀ ପ୍ରତ୍ୟାହାର କରିବାରୁ ମହାରାଷ୍ଟ୍ରର ବାଚସ୍ପତି ହେଲେ କଂଗ୍ରେସ ପ୍ରାର୍ଥୀ ନାନା ପଟୋଲ

Advertisment
ବିଜେପି ପ୍ରାର୍ଥୀ ପ୍ରତ୍ୟାହାର କରିବାରୁ ମହାରାଷ୍ଟ୍ରର ବାଚସ୍ପତି ହେଲେ କଂଗ୍ରେସ ପ୍ରାର୍ଥୀ ନାନା ପଟୋଲ

Image Source: The Times of India

ମୁମ୍ବାଇ: ରବିବାର ଦିନ ବିଜେପି ପ୍ରାର୍ଥୀ କିଷନ କାଠୋର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବା ପରେ କଂଗ୍ରେସ ପ୍ରାର୍ଥୀ ନାନା ପଟୋଲ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ନିର୍ବାଚିତ ହୋଇଛନ୍ତି।

ଏ କଥା ନିଶ୍ଚିତ କରି ଏନ୍‌ସିପି ନେତା ଚଗନ ଭୁଜବଳ କହିଥିଲେ: ପୂର୍ବରୁ ବିଧାନସଭା ବାଚସ୍ପତି ପଦ ନିମନ୍ତେ ବିରୋଧୀ ଫର୍ମ ଦାଖଲ କରିଥିଲେ, କିନ୍ତୁ ଅନ୍ୟ ବିଧାୟକମାନଙ୍କ ଅନୁରୋଧ ଏବଂ ବିଧାନସଭାର ମର୍ଯ୍ୟାଦା ଅକ୍ଷୁଣ୍ଣ ରଖିବାକୁ ସେମାନେ ନାମ ଫେରସ୍ତ ନେଇଛନ୍ତି। ଏବେ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚନ ହେବ।

publive-image Image Source: HT

ପ୍ରାର୍ଥପତ୍ର ପ୍ରତ୍ୟାହାର ନିମନ୍ତେ ଶେଷ ସମୟ ଥିଲା ରବିବାର ସକାଳ ୧୦ଟା।

ମହା ବିକାଶ ଅଘାଡ଼ିର ପ୍ରାର୍ଥୀ ପଟୋଲ୍‌ ରାଜ୍ୟରେ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟର ପ୍ରତିନିଧିତ୍ୱ କରୁଛନ୍ତି।

ପୂର୍ବରୁ କଂଗ୍ରେସରେ ଥିବା ପଟୋଲ୍‌ ଦଳ ଛାଡ଼ି ୨୦୧୪ରେ ବିଜେପି ଟିକେଟ୍‌ରେ ଲୋକସଭା ନିର୍ବାଚନ ଜିଣିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସଙ୍କ ସହ ମନାନ୍ତର ହେବା ପରେ ସେ ଡିସେମ୍ବର ୨୦୧୭ରେ କଂଗ୍ରେସକୁ ଫେରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe