ମହିଳାଙ୍କୁ ଚାପୁଡ଼ା ମାରିଲେ କଂଗ୍ରେସ ପ୍ରାର୍ଥୀ

Advertisment
ମହିଳାଙ୍କୁ ଚାପୁଡ଼ା ମାରିଲେ କଂଗ୍ରେସ ପ୍ରାର୍ଥୀ

ନିଜାମାବାଦ: ତେଲେଙ୍ଗାନାର ନିଜାମାବାଦ ଲୋକସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଜୀବନ ରେଡ୍ଡୀଙ୍କ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ରେଡ୍ଡୀ ଜଣେ ମହିଳାଙ୍କୁ ଚାପୁଡ଼ା ମାରିଥିବାର ନଜର ଆସିଛନ୍ତି। ଏହି ଭିଡିଓ ରେଡ୍ଡୀଙ୍କୁ ବିବାଦ ଭିତରକୁ ଆଣିଛି।

ମହିଳା ତାଙ୍କୁ କହିଥିଲେ ଯେ ସେ ବିଧାନସଭା ନିର୍ବାଚନରେ ​​କଂଗ୍ରେସକୁ ଭୋଟ୍ ଦେଇଛନ୍ତି, କିନ୍ତୁ କଂଗ୍ରେସ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ସେ ପେନସନ ପାଇନାହାନ୍ତି। କଂଗ୍ରେସ ନେତାମାନେ ତାଙ୍କ ପାଇଁ କିଛି କରିନାହାନ୍ତି। ତେଣୁ ଏଥର ସେ ବିଜେପିକୁ ଭୋଟ୍ ଦେବେ। ଏହା ଶୁଣି ଜୀବନ ରେଡ୍ଡୀ ରାଗିଯାଇ ମହିଳାଙ୍କୁ ଚାପୁଡ଼ା ମାରିଥିଲେ। ସେଠାରେ ଉପସ୍ଥିତ ଥିବା ଦଶହଜାର ଲୋକଙ୍କ ମଧ୍ୟରୁ ରେଡ୍ଡୀଙ୍କ ଏହି କାର୍ଯ୍ୟକୁ କେହି ବିରୋଧ କରି ନଥିଲେ, ବରଂ ସମସ୍ତେ ଜୋରରେ ହସିବାକୁ ଲାଗିଥିଲେ, ଯାହା ବୃଦ୍ଧ ମହିଳାଙ୍କୁ ଭୟଭୀତ କରିଥିଲା।

ମହିଳା ଜଣକ କହିଛନ୍ତି ଭିଡ଼ିଓକୁ ଜାଣିଶୁଣି ଭୁଲ୍ ଭାବେ ଉପସ୍ଥାପନ କରାଯାଇଛି। ଜୀବନ ମତେ ସ୍ନେହରେ ଭଲପାଇ ମୋ ଗାଲରେ ଏଭଳି କୋମଳ ଭାବେ କରିଥିଲେ। ଯେତେବେଳେ ଜୀବନ ନିର୍ବାଚନ ପ୍ରଚାର ପାଇଁ ଆସିଥିଲେ, ମୁଁ କହିଲି, ମୁଁ କଂଗ୍ରେସକୁ ଭୋଟ୍ ଦେଇଥିଲି କିନ୍ତୁ କଂଗ୍ରେସ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ମୁଁ ଘର ଏବଂ ପେନସନ୍ ପାଇ ନାହିଁ। ମୁଁ ଏହା ଥଟ୍ଟା କରି କହିଥିଲି ଏବଂ ରେଡ୍ଡୀ ମଧ୍ୟ ମୋତେ ଗାଲରେ ସ୍ନେହରେ କୋମଳ ଭାବେ ଏଭଳି କରିଥିଲେ। ମୋ ଗାଲରେ କୋମଳ ଭାବେ ସ୍ପର୍ଶ କରି ସେ କହିଥିଲେ ଡୋରାସାନି (ରାଣୀ) ତୁମେ ସବୁକିଛି ପାଇବ ବୋଲି ମହିଳା କହିଛନ୍ତି। ତେବେ ଏହାକୁ ନେଇ ଏବେ ଆରୋପ ପ୍ରତ୍ୟାରୋପ ଜାରି ରହିଛି।

ସୂଚନାଯୋଗ୍ୟ, ଚତୁର୍ଥ ପର୍ଯ୍ୟାୟ ପାଇଁ ଭୋଟ୍ ମେ’ ୧୩ରେ ତେଲେଙ୍ଗାନାରେ ଅନୁଷ୍ଠିତ ହେବ। ନିର୍ବାଚନ ପ୍ରଚାର ସମୟରେ ନିଜାମବାଦର କଂଗ୍ରେସ ପ୍ରାର୍ଥୀ ଜୀବନ ରେଡ୍ଡୀ ଭୋଟ୍ ପାଇବା ପାଇଁ ଅରମୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏକ ଗାଁରେ ପହଞ୍ଚିଥିଲେ। ତାଙ୍କ ସହ ଅରମୁର ବିଧାନସଭା ନିର୍ବାଚନରେ ​​ହାରିଥିବା କଂଗ୍ରେସ ପ୍ରାର୍ଥୀ ବିନୟ କୁମାର ରେଡ୍ଡୀ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ବୃଦ୍ଧ ମହିଳା ତାଙ୍କୁ ଏଥର ଫୁଲ ଅର୍ଥାତ୍ ବିଜେପିକୁ ଭୋଟ୍ ଦେବାକୁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe