ସୁପ୍ରିମକୋର୍ଟରେ ଚ୍ୟାଲେଂଜ କଲା କଂଗ୍ରେସ, ଡିସେମ୍ବର ୧୮ରେ ଶୁଣାଣି ହୋଇପାରେ

ଡାକ୍ତରଙ୍କ ଦରମା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ, ଯୋଦ୍ଧାଙ୍କୁ ନିରୁତ୍ସାହିତ କରିବା ଅନୁଚିତ

Photo Credits: ANI

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ-୨୦୧୯କୁ ବିରୋଧ କରି ଆଜି କଂଗ୍ରେସ ସୁପ୍ରିମକୋର୍ଟରେ ଏହାକୁ ଚ୍ୟାଲେଂଜ କରିଛି। କଂଗ୍ରେସ ନେତା ଟିଏନ୍‌ ପ୍ରତାପନ ଏହି ଆଇନ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ‌ହୋଇଛନ୍ତି। ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ଧାର୍ମିକ ଉତ୍ପୀଡ଼ର ଶିକାର ହୋଇ ଡିସେମ୍ବର ୩୧, ୨୦୧୪ ପୂର୍ବରୁ ଭାରତରେ ପହଞ୍ଚିଥିବା ପାକିସ୍ତାନ, ବାଂଲାଦେଶ ଏବଂ ଅଫାଗାନିସ୍ତାନର ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ପାର୍ସି ଏବଂ ଖ୍ରୀଷ୍ଟିଆନ୍‌ ଧର୍ମର ଲୋକଙ୍କୁ ନାଗରିକତା ପ୍ରଦାନ କରାଯିବ। କଂଗ୍ରେସ ନେତା ପ୍ରତାପନ ସୁପ୍ରିମକୋର୍ଟରେ ଦାଖଲ କରିଥିବା ଆବେଦନରେ ଦର୍ଶାଇଛନ୍ତି ଯେ ଆଇନର ବ୍ୟବସ୍ଥାକୁ କେବଳ କେତେକ ନିର୍ଦ୍ଦିଷ୍ଟ ଧର୍ମ କ୍ଷେତ୍ରରେ ସୀମିତ ରଖାଯିବା ଉଚିତ ନୁହେଁ। ସବୁ ଶ୍ରେଣୀର ଲୋକଙ୍କ କ୍ଷେତ୍ରରେ ଏହା ଲାଗୁ ‌ହେବା ଉଚିତ୍‌। ନାଗରିକତା ଆଇନର ବୈଧତାକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ୧୨ଟିରୁ ଅଧିକ ପିଟିସନ୍‌ ଦାଖଲରି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ହୋଇଛି। ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରା, କଂଗ୍ରେସ ସାଂସଦ ଜୟରାମ ରମେଶ, ଦୁଇଟି ଏନ୍‌ଜିଓ ଏବଂ ଉତ୍ତରପ୍ରଦେଶ ପିସ୍‌ ପାର୍ଟି ଦ୍ବାରା ପିଟିସନ୍‌ ଦାଖଲ ହୋଇଛି। ଅନ୍ୟପ‌କ୍ଷେ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଉଦ୍ଦିନ୍‌ ଅୱେସି ମଧ୍ୟ ନାଗରିକତା ସଂଶୋଧନ ଆଇନକୁ ଚ୍ୟାଲେଂଜ କରି ପିଟିସନ୍‌ ଦାଖଲ କରିଛନ୍ତି। ଏହି ସମସ୍ତ ମାମଲାର ଶୁଣାଣି ଆସନ୍ତା ୧୮ ତାରିଖ ଦିନ ସୁପ୍ରମ୍‌ କୋର୍ଟ କରିପାରନ୍ତି ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe