ରାହୁଲଙ୍କୁ ଦଣ୍ଡ ମିଳିବା ପରେ ସୋସିଆଲ ମିଡିଆରେ ଏଭଳି ଲେଖାଥିବା ପ୍ରୋଫାଇଲ ଫଟୋ ରଖିଲା କଂଗ୍ରେସ

Advertisment
ରାହୁଲଙ୍କୁ ଦଣ୍ଡ ମିଳିବା ପରେ ସୋସିଆଲ ମିଡିଆରେ ଏଭଳି ଲେଖାଥିବା ପ୍ରୋଫାଇଲ ଫଟୋ ରଖିଲା କଂଗ୍ରେସ

aajtak

ନୂଆଦିଲ୍ଲୀ: ଏପ୍ରିଲ ୨୦୧୯ରେ ରାଜନୈତିକ ପ୍ରଚାର ଅଭିଯାନ ବେଳେ ‘ସବୁ ଚୋର କାହିଁକି ମୋଦୀ ସାଙ୍ଗିଆ ବହନ କରିଛନ୍ତି’ ବୋଲି ରାହୁଲ୍‌ ଗାନ୍ଧୀ ମନ୍ତବ୍ୟ ଦେଇଥିଲେ। ଏହି ମନ୍ତବ୍ୟ ଉପରେ ଆଗତ ମାନହାନି ମାମଲାର ଆଜି ଶୁଣାଣି କରି ଗୁଜରାଟର ସୁରତ ଜିଲ୍ଲାସ୍ଥିତ ଏକ ଅଦାଲତର ଚିଫ୍ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ ଏଚ୍. ଏଚ୍‌. ବର୍ମାଙ୍କ ଅଦାଲତ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧିଙ୍କୁ  ୨ବର୍ଷର ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ଏଥିସହିତ ତାଙ୍କୁ ୧୫ହଜାର ଟଙ୍କାର ଜରିମାନା ରାଶି ପୈଠ କରିବାକୁ ବି ଆଦେଶ ରହିଛି।

ରାହୁଲଙ୍କୁ ଏଭଳି ଦଣ୍ଡ ମିଳିବା ପରେ ଏବେ କଂଗ୍ରେସ କର୍ମୀ ରାସ୍ତାକୁ ଓହ୍ଲାଇଛନ୍ତି। ରାହୁଲଙ୍କ ସମର୍ଥକ ଅଦାଲତଙ୍କ ଏଭଳି ରାୟକୁ ବିରୋଧ କରୁଥିବା ବେଳେ କଂଗ୍ରେସ ନିଜର ଅଧିକାରୀକ ଇନଷ୍ଟା, ଫେସବୁକ ଓ ଟ୍ବିଟର ଆକାଉଣ୍ଟର ପ୍ରୋଫାଇଲ ଫଟୋ ବଦଳାଇଛି। ପ୍ରୋଫାଇଲ ଫଟୋରେ ରାହୁଲଙ୍କ 'ଭ‌ାରତ ଯୋଡୋ ଯାତ୍ରା' ସମୟର ଫଟୋ ରହିଥିବା ସହ ସେଥିରେ 'ଡର ନାହିଁ' ବୋଲି ଲେଖାଯାଇଛି।

publive-image aajtak

ତେବେ ରାହୁଲ୍‌ ଗାନ୍ଧିଙ୍କୁ  ୨ବର୍ଷର ଜେଲ୍‌ ଦଣ୍ଡାଦେଶ ଦେବା ପରେ କୋର୍ଟ ତାଙ୍କୁ ୩୦ଦିନର ଜାମିନ ମଧ୍ୟ ପ୍ରଦାନ କରିଛନ୍ତି। ଏହି ସମୟକୁ ଉପଯୋଗ କରି ବର୍ତ୍ତମାନ ରାହୁଲ ଏହି ରାୟ ବିରୋଧରେ ହାଇକୋର୍ଟରେ ଆବେଦନ କରିବେ।

ଅନ୍ୟପକ୍ଷରେ ୨ବର୍ଷର ଜେଲ୍‌ ଦଣ୍ଡାଦେଶ ମିଳିବା ପରେ ରାହୁଲ ଟ୍ବିଟ କରି ଲେଖିଛନ୍ତି, ‘ମୋର ଧର୍ମ ସତ୍ୟ ଓ ଅହିଂସା ଉପରେ ଆଧାରିତ। ସତ୍ୟ ମୋର ଭଗବାନ, ଅହିଂସା ତାକୁ ପାଇବାର ସାଧନ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe