କଂଗ୍ରେସ ମୁଖ୍ୟ ‘ରିମୋଟ କଣ୍ଟ୍ରୋଲ୍‌’ରେ ପରିଚାଳିତ ହେବେନି: ରାହୁଲ

ଗୁଜବ ହଟାଇଲେ ଥରୁର, ମୁଁ ନିର୍ବାଚନରୁ ଓହରିନି

ଗୁଜରାଟ ହାଇକୋର୍ଟ ଗଲେ ରାହୁଲ ଗାନ୍ଧି

Image Courtesy of India Today

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଦଳ ସଭାପତି ‘ରିମୋଟ୍‌ କଣ୍ଟ୍ରୋଲ୍‌’ରେ ପରିଚାଳିତ ହେବା ଦାବିର ଜବାବ ଦେଇଛନ୍ତି। ରାହୁଲ କହିଛନ୍ତି, କଂଗ୍ରେସ ସଭାପତି ନିର୍ବାଚନ ଲଢ଼ୁଥିବା କଂଗ୍ରେସ ନେତା ଶଶି ଥରୁର ଏବଂ ମଲ୍ଲିକାର୍ଜୁନ ଖଡ଼ଗେ ହେଉଛନ୍ତି ବରିଷ୍ଠ ନେତା। ସେମାନଙ୍କର ନିଜସ୍ବ ଆଭିମୁଖ୍ୟ ଏବଂ ଦୃଷ୍ଟିକୋଣ ରହିଛି। ସେମାନେ ଉଚ୍ଚ ପାହ୍ୟାରେ ଅଛନ୍ତି। ଯିଏ ବି ଦଳର ପରବର୍ତ୍ତୀ ସଭାପତି ନିର୍ବାଚିତ ହେବେ ସେ ଗାନ୍ଧି ପରିବାରର ରିମୋଟ୍‌ କଣ୍ଟ୍ରୋଲ୍‌ ଦ୍ବାରା ପରିଚାଳିତ ହେବେନାହିଁ। ପରବର୍ତ୍ତୀ କଂଗ୍ରେସ ମୁଖ୍ୟ ବିନା ବାଧାରେ ମୁକ୍ତ ଭାବେ ନିଷ୍ପତ୍ତି ନେଇପାରିବେ। ରାହୁଲ କହିଛନ୍ତି, ମୁଁ ଭାବୁନି ଯେ ସେମାନଙ୍କ ମଧ୍ୟରୁ କେହି ରିମୋଟ୍‌ କଣ୍ଟ୍ରୋଲ୍‌ରେ ପରିଚାଳିତ ହୋଇପାରିବେ। ସ୍ପଷ୍ଟ କଥା ହେଉଛି ଏଭଳି ଆଲୋଚନା ସେମାନଙ୍କ ପ୍ରତି ଏକ ଅପମାନ। ‘ଭାରତ ଯୋଡ଼ୋ ଯାତ୍ରା ’ ପାଇଁ କର୍ଣ୍ଣାଟକରେ ଥିବା ରାହୁଲ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଟିପ୍ପଣୀ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, କଂଗ୍ରେସର ପରବର୍ତ୍ତୀ ସଭାପତି ଗାନ୍ଧି ପରିବାର ଦ୍ବାରା ରିମୋଟ୍‌ କ‌ଣ୍ଟ୍ରୋଲ୍‌ରେ ପରିଚାଳିତ ହେବେ ବୋଲି କିଛି ମହଲରେ ସମାଲୋଚନା ହେଉଥିବାବେଳେ ଖଡ଼ଗେ ଗତକାଲି ଏହାର ଜବାବ ରଖିଥିଲେ। ଆଜି ରାହୁଲ ଏହାର ଜବାବ ରଖିଛନ୍ତି। ଉଭୟ ଥରୁର ଏବଂ ଖଡ଼ଗେ ଆସନ୍ତା ଅକ୍ଟୋବର ୧୭ ତାରିଖରେ କ‌ଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବେ। ଖଡ଼ଗେଙ୍କ ପ୍ରତି ଗାନ୍ଧି ପରିବାରର ସମର୍ଥନ ଅଛି ଏବଂ ସେ ନିର୍ବାଚନ ଜିତିବେ ବୋଲି ବିଶ୍ବାସ କରାଯାଉଛି।

ଗୁଜବ ହଟାଇଲେ ଥରୁର, ମୁଁ ନିର୍ବାଚନରୁ ଓହରିନି
ନୂଆଦିଲ୍ଲୀ: କଂଗ୍ରେସ ସଭାପତି ନିର୍ବାଚନ ଲଢ଼ୁଥିବା ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ନିର୍ବାଚନରୁ ଓହରି ଯାଇଛନ୍ତି ବୋଲି ଗୁଜବ ହୋଇଥିଲା। କିନ୍ତୁ ଥରୁର ଆଜି ଏହି ଗୁଜବରେ ପୂର୍ଣ୍ଣଛେଦ ପକାଇଛନ୍ତି ଏବଂ ସେ ନିର୍ବାଚନରୁ ଓହରିନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ଥରୁର କହିଛନ୍ତି, ସେ‌ କେବେ ବି ଚ୍ୟାଲେଞ୍ଜରୁ ଓହରିବେନି। ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ। ଥରୁର କହିଛନ୍ତି, ଦଳ ମଧ୍ୟରେ ଏହା ବନ୍ଧୁତ୍ବପୂର୍ଣ୍ଣ ଲଢ଼େଇ ଏବଂ ଦଳରେ ସଂସ୍କାର ପାଇଁ ସେ ଲଢ଼ୁଛନ୍ତି। ଟ୍ବିଟରରେ ଏକ ଭିଡିଓ ବାର୍ତ୍ତା ଦେଇ ଥରୁର ଆଜି ଏହା ସ୍ପଷ୍ଟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ହୋଇଥିବା ବେଳେ ଥରୁର ଏହି ସ୍ପଷ୍ଟୀକରଣ ଦେଇଛନ୍ତି। ଆସନ୍ତା ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ ଏବଂ ୧୯ରେ ଫଳାଫଳ ଆସିବ। ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖ‌ଡ଼ଗେଙ୍କ ସହ ଥରୁରଙ୍କ ମୁକାବିଲା ହେବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe