ନୂଆଦିଲ୍ଲୀ: କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଜିଦ୍ରେ ଅଟଳ ରହିଥିବା ବେଳେ ଆଜି ଅପରାହ୍ନରେ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ରାହୁଲଙ୍କୁ ଭେଟିଛନ୍ତି। କଂଗ୍ରେସର ପରାଜୟ ପାଇଁ ସମଗ୍ର ଦଳ ଦାୟୀ ଥିବା ବେଳେ ରାହୁଲ ନିଜ ଉପରକୁ ସମସ୍ତ ଦାୟିତ୍ବ ନେଇ ଇସ୍ତଫା ଦେବା ଉଚିତ ନୁହେଁ ବୋଲି କଂଗ୍ରେସ ମୁଖ୍ୟମନ୍ତ୍ରୀମାନେ କହିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଯେ ରାହୁଲ ତାଙ୍କ ଇସ୍ତଫା ନିଷ୍ପତ୍ତିରେ ପରିବର୍ତ୍ତନ ଆଣିବେ ଏବଂ ଦଳ ସଭାପତି ପଦରେ ପୂର୍ବବତ୍ ରହିବେ ବୋଲି ଆମେ ଆଶା କରୁଛୁ। ଆଜି କଂଗ୍ରେସ ଶାସିତ ରାଜ୍ୟ ପଂଜାବ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଏବଂ ପୁଡ଼ୁଚେରୀର ମୁଖ୍ୟମନ୍ତ୍ରୀ ରାହୁଲଙ୍କୁ ଭେଟିଥିଲେ।
ରାହୁଲଙ୍କୁ ଭେଟିଲେ କଂଗ୍ରେସ ମୁଖ୍ୟମନ୍ତ୍ରୀ
Advertisment
Follow Us