ହମାସର ଆକ୍ରମଣକୁ ନିନ୍ଦା କରୁଛୁ, କିନ୍ତୁ ପାଲେଷ୍ଟାଇନ ଲୋକଙ୍କ ସମସ୍ୟାର ସମାଧାନ ହେଉ : କଂଗ୍ରେସ

Advertisment
ହମାସର ଆକ୍ରମଣକୁ ନିନ୍ଦା କରୁଛୁ, କିନ୍ତୁ ପାଲେଷ୍ଟାଇନ ଲୋକଙ୍କ ସମସ୍ୟାର ସମାଧାନ ହେଉ : କଂଗ୍ରେସ

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ହମାସର ଆକ୍ରମଣର ଦିନକ ପରେ ତାହାକୁ ନେଇ କଂଗ୍ରେସର ବୟାନ ଆସିଛି । କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ ଇସ୍ରାଏଲ ଉପରେ ହମାସର ଆକ୍ରମଣକୁ ନିନ୍ଦା କରୁଛୁ, କିନ୍ତୁ ପାଲେଷ୍ଟାଇନ୍ ଲୋକଙ୍କ ଚିନ୍ତାକୁ ଆଲୋଚନା ମାଧ୍ୟମରେ ସମାଧାନ କରାଯିବା ଉଚିତ୍ । କୌଣସି ପ୍ରକାରହିଂସା କୌଣସି ସମାଧାନର ବାଟ ବାହାର କରେ ନାହିଁ।

ଅନ୍ୟପକ୍ଷରେ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ବିତର୍କ ଆରମ୍ଭ ହୋଇଯାଇଛି । କଂଗ୍ରେସକୁ ଟାର୍ଗେଟ କରି ବିଜେପି ଏକ୍ସରେ ଲେଖିଛି ଯେ, ୨୦୦୪ରୁ ୨୦୧୪ ମଧ୍ୟରେ ଭାରତ ମଧ୍ୟ ସମାନ ଆକ୍ରମଣର ସମ୍ମୁଖୀନ ହୋଇଛି ବୋଲି ବିଜେପି ଅଭିଯୋଗ କରିଛି।

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସମେତ ଦେଶବ୍ୟାପୀ ବିଭିନ୍ନ ଆତଙ୍କୀ ଘଟଣାର ଉଦାହରଣ ଦେଇ ବିଜେପି କହିଛି, ଆଜି ଇସ୍ରାଏଲ ଯାହା ସମ୍ମୁଖୀନ ହେଉଛି, ୨୦୦୪ରୁ ୨୦୧୪ ମଧ୍ୟରେ ଭାରତ ସମାନ ସ୍ଥିତିର ସମ୍ମୁଖୀନ ହୋଇଛି। କେବେ କ୍ଷମା କରନ୍ତୁ ନାହିଁ, କେବେ ବି ଭୁଲିବେ ନାହିଁ..." ବିଜେପି ପକ୍ଷରୁ ଜାରି କରାଯାଇଥିବା ଏହି ଭିଡିଓରେ ରାହୁଲ ଗାନ୍ଧିଙ୍କ ଏକ ବୟାନ ମଧ୍ୟ ରହିଛି, ଯେଉଁଥିରେ ସେ କହିଛନ୍ତି ଯେ ପ୍ରତ୍ୟେକ ଆତଙ୍କବାଦୀ ଆକ୍ରମଣକୁ ରୋକିବା ଅତ୍ୟନ୍ତ କଷ୍ଟକର। ବିଜେପିର ଏହି କଟାକ୍ଷ କଂଗ୍ରେସକୁ ଅପ୍ରସ୍ତୁତ କରିଦେଇଛି । କାରଣ ଆକ୍ରମଣ ହେବାର ଦିନକ ପରେ କଂଗ୍ରେସ ଏହାକୁ ନିନ୍ଦା କରିଛି । ସୂଚନାଯୋଗ୍ୟ ଯେ, ଭାରତ ସରକାର ଏହି ଆକ୍ରମଣକୁ ନିନ୍ଦା କରିଛି ଏବଂ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ଇସ୍ରାଏଲ ସହିତ ଛିଡ଼ା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe