ନୂଆଦିଲ୍ଲୀ: ସଂଶୋଧିତ ନାଗରିକତା ଆଇନକୁ ବିରୋଧ କରି ଯେଉଁ ହିଂସା ଦେଖିବାକୁ ମିଳୁଛି ତାହା ପଛରେ କଂଗ୍ରେସର ଷଡ଼ଯନ୍ତ୍ର ରହିଛି ଏବଂ କଂଗ୍ରେସ ହିଁ ଏଭଳି ହିଂସା କରାଉଛି ବୋଲି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ଝାଡ଼ଖଣ୍ଡର ଗିରିଡିହରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ଶାହ କହିଛନ୍ତି ଯେ ନାଗରିକତା ସଂଶୋଧନ ବିଲ୍ ଏବେ ଆଇନର ରୂପ ନେବାରୁ କଂଗ୍ରେସ ଏବଂ ଅନ୍ୟ କେତେକ ବିରୋଧୀ ଦଳଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଯାଇଛି। ଉତ୍ତରପୂର୍ବ ବାସିନ୍ଦାଙ୍କ ଭାଷା ସଂସ୍କୃତି ଏବଂ ସାମାଜିକ ପରିଚୟକୁ ସୁରକ୍ଷିତ ରଖିବା ପାଇଁ ସରକାର ପ୍ରତିଶୃତିବଦ୍ଧ ଅଛନ୍ତି ଏବଂ କଂଗ୍ରେସ ସୃଷ୍ଟି କରିଥିବା ବିଭ୍ରାନ୍ତି ଖୁବ୍ଶୀଘ୍ର ଦୂର ହେବ ବୋଲି ସେ କହିଛନ୍ତି। ଉତ୍ତର ପୂର୍ବ ସ୍ଥିତି ସ୍ବାଭାବିକ ହେଉଛି ଏବଂ କୌଣସି ସ୍ଥାନରେ ବି ହିଂସାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଶାହ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଧର୍ମ ଆଧାରିତ ରାଷ୍ଟ୍ରମାନଙ୍କରୁ ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ଭାରତ ଆସୁଥିବା ସଂଖ୍ୟାଲଘୁଙ୍କୁ ନ୍ୟାୟ ଦେବା ପାଇଁ ସରକାର ପ୍ରତିଶ୍ରୃତିବଦ୍ଧ ଏବଂ ଦିଗରେ ନିଷ୍ଠାର ସହ ପଦକ୍ଷେପ ନିଆଯାଉଛି ବୋଲି ଶାହ କହିଛନ୍ତି। କଂଗ୍ରେସ କେବଳ ବିଭ୍ରାନ୍ତି ସୃଷ୍ଟି କରି ହିଂସା ଭିଆଇବାକୁ ଉଦ୍ୟମ କରିବା ନିନ୍ଦନୀୟ ଏବଂ ଏହାର ମୁକାବିଲା ଦିଗରେ ସାଧାରଣ ଜନତା ଆଗଭର ହେବା ଉଚିତ ବୋଲି ଶାହ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us