ଦଳର ମୁଖ୍ୟାଳୟ ଓ ଗାନ୍ଧୀ ପରିବାର ବାସଭବନ ବାହାରେ ପୁଲିସ ମୁତୟନ କରାଯିବାରୁ କଂଗ୍ରେସର ତୀବ୍ର ପ୍ରତିବାଦ

Advertisment
ଦଳର ମୁଖ୍ୟାଳୟ ଓ ଗାନ୍ଧୀ ପରିବାର ବାସଭବନ ବାହାରେ ପୁଲିସ ମୁତୟନ କରାଯିବାରୁ କଂଗ୍ରେସର ତୀବ୍ର ପ୍ରତିବାଦ

Image Courtesy of India Today

ନୂଆଦିଲ୍ଲୀ: ‘ନ୍ୟାସ୍‌ନାଲ୍‌ ହେରାଲଡ୍‌’ ଅଟ୍ଟାଳିକାସ୍ଥିତ ‘ୟଙ୍ଗ୍‌ ଇଣ୍ଡିଆ ଲିମିଟେଡ୍‌ ଅଫିସ୍‌’କୁ ପ୍ରବର୍ତ୍ତନ ନିର୍ଦେଶାଳୟ ‘ସିଲ୍‌’ କରିବା ପରେ ନୂଆଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟ ଓ ଗାନ୍ଧୀ ପରିବାର ବାସଭବନ ବାହାରେ ପୁଲିସ ‌ମୁତୟନ କରାଯିବାରୁ ଦଳର କାର୍ଯ୍ୟକର୍ତ୍ତାମାନେ ତୀବ୍ର ପ୍ରତିବାଦ ପ୍ରଦର୍ଶନ କରିଛନ୍ତି।

ଦଳର ମୁଖ୍ୟାଳୟକୁ ପଡ଼ିଥିବା ରାସ୍ତା ଅବରୋଧ ଘଟଣାକୁ ତୀବ୍ର ସମାଲୋଚନା କରି କଂଗ୍ରେସ କହିଛି ଏଭଳି ଘଟଣା ଅତ୍ୟନ୍ତ ଅସ୍ବାଭାବିକ।

କିନ୍ତୁ, ଦିଲ୍ଲୀ ପୁଲିସ କହିଛି କି, ଅପ୍ରୀତିକର ପରିସ୍ଥିତି ଉପୁଜିବାର ଆଶଙ୍କା ଥିବାରୁ ଦଳର ମୁଖ୍ୟାଳୟ ନିକଟରେ ନିରାପତ୍ତା ବ୍ୟବସ୍ଥା କଠୋର କରାଯାଇଛି। ଦଳର ମୁଖ୍ୟାଳୟ ବାହାରେ ପୁଲିସ ମୁତୟନ ପ୍ରସଙ୍ଗକୁ ଆଜି କଂଗ୍ରେସ୍‌ ପାର୍ଲାମେଣ୍ଟ୍‌ରେ ଉତ୍ଥାପନ କରିବ ବୋଲି କହିଛି।

publive-image Image Courtesy of Sarkari Job Wale

କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରି କଂଗ୍ରେସ ଟୁଇଟ୍‌ କରି ଲେଖିଛି: ସତ୍ୟର ଅଭିବ୍ୟକ୍ତି ପୁଲିସ ପହରାକୁ ଭୟ କରିବ ନାହିଁ। ଗାନ୍ଧୀଙ୍କ ଅନୁଗାମୀମାନେ ସଂଗ୍ରାମ କରି ଏହି ଅନ୍ଧକାର ଉପରେ ବିଜୟ ହାସଲ କରିବେ। ‘ନ୍ୟାସ୍‌ନାଲ୍‌ ହେରାଲ୍‌ଡ୍‌’ କାର୍ଯ୍ୟାଳୟ ସିଲ୍‌ କରିବା, କଂଗ୍ରେସ ମୁଖ୍ୟାଳୟକୁ ପୁଲିସ ପହରାରେ ବନ୍ଦୀ କରିବା ଏକଚ୍ଛତ୍ରବାଦୀଙ୍କର ଭୟ ଓ କ୍ରୋଧ ଦର୍ଶାଉଛି। ଯାହା ହେଲେ ବି ମୁଦ୍ରସ୍ଫୀତି ଏବଂ ବେକାରୀ ପ୍ରସଙ୍ଗରେ ପ୍ରଶ୍ନ ପଚରାଯିବ।

ସେହିପରି, ଜାତୀୟ ରାଜଧାନୀରେ ଥିବା ସୋନିଆ ଗାନ୍ଧୀ ଏବଂ ରାହୁଲ୍‌ ଗାନ୍ଧୀଙ୍କ ବାସଭବନ ବାହାରେ ମଧ୍ୟ ନିରାପତ୍ତା ବ୍ୟବସ୍ଥା କଠୋର କରାଯାଇଛି। ଏଭଳି ନିରାପତ୍ତା ପରିସ୍ଥିତିରେ ବୁଧବାର ରାତିରେ ରାହୁଲ୍‌ ଗାନ୍ଧୀ ଦିଲ୍ଲୀକୁ ଫେରିଥିଲେ। ଗତ ଦୁଇ ଦିନ ଧରି ରାହୁଲ୍‌ ଗାନ୍ଧୀ କର୍ଣ୍ଣାଟକ ଗସ୍ତରେ ଥିଲେ।

ଏହାଛଡ଼ା, ଆଜି ପୂର୍ବାହ୍ନ ୧୦ଟା ବେଳେ ‘କଂଗ୍ରେସ ସଂସଦୀୟ ଦଳ କାର୍ଯ୍ୟାଳୟ’ରେ କଂଗ୍ରେସ ତା’ର ରାଜ୍ୟସଭା ଏବଂ ଲୋକସଭା ସାଂସଦମାନଙ୍କର ବୈଠକ ଡକାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe