ତେଲେଙ୍ଗାନାରେ ଭାଙ୍ଗିଯିବ କି ରେବନ୍ତ ରେଡ୍ଡୀଙ୍କ ସରକାର ? ବଢୁଛି ଅନ୍ତକନ୍ଦଳ, ଏକାଠି ମେଳି କଲେ ୧୦ ବିଧାୟକ

REVANTA

Photograph: (SAMBAD.IN)

ହାଇଦ୍ରାବାଦ: ତେଲେଙ୍ଗାନାରେ ଭାଙ୍ଗିଯିବ କି ରେବନ୍ତ ରେଡ୍ଡୀ ସରକାର ? କଂଗ୍ରେସ ସରକାର ପାଇଁ କାଳ ହେବ କି ଅନ୍ତକନ୍ଦଳ ? ବଢୁଛି କଳି, କଣ ହେବ ରେବନ୍ତ ସରକାରର ଭବିଷ୍ୟତ ? କର୍ଣ୍ଣାଟକ ପରେ ତେଲେଙ୍ଗାନାରୁ ଆସିଲା କଂଗ୍ରେସ କଳିର ଖବର । ସାରା ଦେଶରେ ମାତ୍ର ୩ ରାଜ୍ୟରେ କଂଗ୍ରେସ ସରକାର ଗଢିଥିବା ବେଳେ ଏବେ ଦୁଇଟି ରାଜ୍ୟରେ କଂଗ୍ରେସ ସରକାର ପ୍ରତି ସଂକଟ ମାଡିଆସିଛି ଆଉ ଦୁଇ ଚର୍ଚ୍ଚିତ ରାଜ୍ୟକୁ ନେଇ ହଟଚମଟ ସୃଷ୍ଟି ହୋଇଛି ।

ତେଲେଙ୍ଗାନାରେ ରେବନ୍ତ ସରକାର ପ୍ରତି ବିପଦ ଘନେଇ ଆସୁଛି କାରଣ ବିପଦ ବାହାରୁ ନୁହେଁ ବରଂ ଖୋଦ୍ ନିଜ ଦଳରୁ ହିଁ ଆସୁଛି । ଦଳର ଅନ୍ତକନ୍ଦଳ ଏତେ ତୀବ୍ର ହେଲାଣି ଯେ ଏହା ସରକାର ଭାଙ୍ଗିବାର ବଡ ଭୂମିକା ନେଇପାରେ ବୋଲି ତେଲେଙ୍ଗାନାର ରାଜନୈତିକ ସମୀକ୍ଷକମାନେ ଆଶଙ୍କା କରୁଛନ୍ତି ।

ତେବେ ରେବନ୍ତ ସରକାରଙ୍କ ମନ୍ତ୍ରିମଣ୍ଡଳରେ ଥିବା ୨ ମନ୍ତ୍ରୀଙ୍କ ଉପରେ ସନ୍ତୁଷ୍ଟ ନାହାନ୍ତି କଂଗ୍ରେସର ୧୦ ବିଧାୟକ । ବିଲ କ୍ଲିୟର ପାଇଁ ମନ୍ତ୍ରୀ ପିସି ମାଗୁଥିବାରୁ ୧୦ ଜଣ ବିଧାୟକ ମନ୍ତ୍ରୀଙ୍କ ବିରୋଧରେ ନାରାବାଜି ଦେଇ ରାତିରେ ଏକ ଡିନର ପାର୍ଟି କରି ଏକାଠି ହୋଇଥିଲେ । ଏକତ୍ରିତ ହୋଇଥିବା ସମସ୍ତ ବିଧାୟକ ନିଜ ଦଳର ମନ୍ତ୍ରୀଙ୍କୁ ବିରୋଧ କରିବା ବଡ ରାଜନୈତିକ ସଂକଟର ସୂଚନା ଦେଉଥିବା ବେଳେ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ତେଣୁ ତୁରନ୍ତୁ ରେବନ୍ତ ରେଡ୍ଡୀ ସେମାନଙ୍କୁ ଭେଟିବାର ଯୋଜନା ଅଛି ।

ସେପଟେ କର୍ଣ୍ଣାଟକରେ ମଧ୍ୟ କଂଗ୍ରେସର କଳି ତୀବ୍ର ହେଲାଣି । ଡିକେ ଶିବକୁମାର ଏବଂ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଆସନକୁ ଛକାପଞ୍ଝା ଚାଲିଥିବା ଦେଖିବାକୁ ମିଳିଥିବା ବେଳେ ଶିବକୁମାରଙ୍କ ସମର୍ଥକମାନେ ମଧ୍ୟ ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଦାବି କରିଥିଲେ । ତାକୁ ନେଇ ଦୁଇ ଶୀର୍ଷ ନେତାଙ୍କ ଭିତରେ ସବୁକିଛି ଠିକ୍ ନଥିବା କୁହାଯାଉଛି । ୨୦୨୩ରେ ଯେତେବେଳେ କର୍ଣ୍ଣାଟକରେ କଂଗ୍ରେସ ସରକାର ଗଢିଲା ସେତେବେଳଠୁ ହିଁ ସିଦ୍ଦରମେୟା ଏବଂ ଶିବକୁମାରଙ୍କ ଭିତରେ ମୁଖ୍ୟମନ୍ତ୍ରୀ ହେବା ନେଇ ଛକାପଞ୍ଝା ଚାଲିଥିଲା ମାତ୍ର ଦିଲ୍ଲୀ ନେତୃତ୍ବ ସେମାନଙ୍କ ମଧ୍ୟରେ ଆପୋଷ ବୁଝାମଣା କରି ଅଢେଇ ବର୍ଷରେ ଥରେ ଚୌକି ପରିବର୍ତ୍ତନ ହେବାର ଫର୍ମୁଲା କରାଯାଇଥିଲା ମାତ୍ର ଏହା କାହିଁକି ଏଯାଏଁ ହେଉନି କହି ଦାବି କରି ଆସୁଛନ୍ତି ଶିବକୁମାରଙ୍କ ସମର୍ଥକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe