ଆଜାଦଙ୍କୁ କଟାକ୍ଷ କଲା କଂଗ୍ରେସ: ମୋଦୀ ସରକାରରେ ବଙ୍ଗଳା ପାଇଥିବା ଲୋକ

Advertisment
ଆଜାଦଙ୍କୁ କଟାକ୍ଷ କଲା କଂଗ୍ରେସ: ମୋଦୀ ସରକାରରେ ବଙ୍ଗଳା ପାଇଥିବା ଲୋକ

Nsbb

ନୂଆଦିଲ୍ଲୀ  : ବରିଷ୍ଠ ରାଜନେତା ଗୁଲାମ ନବୀ ଆଜାଦଙ୍କୁ ଶୁକ୍ରବାର ଦିନ କଂଗ୍ରେସ ନେତା ଜୟରାମ ରମେଶ କଟାକ୍ଷ କରିଛନ୍ତି। ଜୟରାମ ରମେଶ କହିଛନ୍ତି, ନୂଆଦିଲ୍ଲୀରେ ମୋଦୀ ସରକାର ଦ୍ବାରା କିଛି ଲୋକ ବଙ୍ଗଳା ପାଇ ବସିଛନ୍ତି। ଜମ୍ମୁ କାଶ୍ମୀର କଂଗ୍ରେସର ଏକ ଭିଡିଓ ଟ୍ୟାଗ କରି ଜୟରାମ ରମେଶ ଲେଖିଛନ୍ତି, ଏହା ହେଉଛି ବାସ୍ତବ ସ୍ଥିତି। ନୂଆଦିଲ୍ଲୀରେ ମୋଦୀ ସରକାର ଦ୍ବାରା ବଡ଼ ଲନ୍‌ ଥିବା ବଙ୍ଗଳାରେ ବସିଥିବା ଲୋକଙ୍କ ମିଛ ଖବରଠାରୁ ଏହା ଭିନ୍ନ।

ଟ୍ବିଟ୍‌ରେ ଏହା କୁହାଯାଉଛି ଯେ ଭଲ୍ଲେସା ସବ୍‌ ଡଭିଜନ୍‌ର ସମସ୍ତ ବ୍ଲକ୍‌ର କଂଗ୍ରେସକର୍ମୀମାନେ ପାର୍ଟି ଅଫିସ୍‌‌ରେ ସେପ୍ଟେମ୍ବର ୧ ତାରିଖରେ ଏକ ମାସିକ ବୈଠକ କରିଛନ୍ତି। ୫୦ ବର୍ଷରୁ ଊର୍ଦ୍ଧ୍ବ ବର୍ଷ ଧରି ଏହି ବୈଠକ ହେଉଛି। ତେବେ ଭଲ୍ଲେସା ହେଉଛି ପୂର୍ବତନ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ଗୃହ ସହର। ତେଣୁ ଆଜାଦଙ୍କୁ କଟାକ୍ଷ କରି ଜୟରାମ ରମେଶ ଏହି ଟିପ୍ପଣୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe