ଉତ୍ତରପ୍ରଦେଶ ଉପ ନିର୍ବାଚନ ୨୦୧୯: ୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ଦେଶ ପାଇଁ ସଂଘର୍ଷ କରିବା ସମୟ ଆସିଯାଇଛି: ସୋନିଆ

Moneycontrol

ଲକ୍ଷ୍ନୌ: ଆସନ୍ତା ଉତ୍ତରପ୍ରଦେଶ ଉପ-ନିର୍ବାଚନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ(ଆଇଏନ୍‌ସି) ୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି ପ୍ରାର୍ଥୀମାନେ ହେଉଛନ୍ତି ଉମେଶ କୁମାର ଦିଓ୍ଵାକର, ସ୍ନେନ୍‌ ଲତା, କରିସ୍ମା ଠାକୁର, ସୁନୀଲ ମିଶ୍ର ଓ ରାଜମଙ୍ଗଲ ଯାଦବ। ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି(ଏଆଇସିସି)ର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହିମାନଙ୍କ ନାମ ଘୋଷଣା କରିଛନ୍ତି।

ଦଳ ପକ୍ଷରୁ ସୂଚନା ଦିଆଯାଇଛି ଯେ ଉମେଶ କୁମାର ଦିଓ୍ଵାକର ଇଗ୍‌ନିସ୍‌ରୁ ନିର୍ବାଚନ ଲଢ଼ିବେ। ତୁଣ୍ଡଲାରୁ ଲଢ଼ିବେ ସ୍ନେହଲତା। ଗୋବିନ୍ଦନଗରରୁ ନିର୍ବାଚନ ଲଢ଼ିବେ କରିସ୍ମା ଠାକୁର। ଜଲାଲ୍‌ପୁରରୁ ସୁନୀଲ ମିଶ୍ର ଓ ଘୋଷିରୁ ଲଢ଼ିବେ ରାଜମଙ୍ଗଲ ଯାଦବ।

ଉଲ୍ଲେଖଯୋଗ୍ୟ, ରାଜ୍ୟର ଅନେକ ବିଧାୟକ ଲୋକସଭାକୁ ନିର୍ବାଚିତ ହେବା ପରେ ଅନେକ ଆସନ ଫାଙ୍କା ପଡ଼ିଛି। ଏହି କାରଣରୁ ଉପ-ନିର୍ବାଚନ କରାଯାଉଛି। ୨୦୧୯ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ବିଜେପି) ୬୨ଟି ଆସନ ଜିତିଥିବା ବେଳେ ବହୁଜନ ପାର୍ଟି ୧୦ଟି, ସମାଜବାଦୀ ପାର୍ଟି ୫ଟି ଓ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe