ମାଙ୍ଗାଲୁରୁ ପୁଲିସ୍‌ ଗୁଳିରେ ଆହତଙ୍କୁ ଭେଟିବାକୁ ଯାଇଥିବା କଂଗ୍ରେସ ପ୍ରତିନିଧି ମଣ୍ଡଳୀକୁ ଅଟକ ରଖିଲା ପୁଲିସ

Advertisment
ମାଙ୍ଗାଲୁରୁ ପୁଲିସ୍‌ ଗୁଳିରେ ଆହତଙ୍କୁ ଭେଟିବାକୁ ଯାଇଥିବା କଂଗ୍ରେସ ପ୍ରତିନିଧି ମଣ୍ଡଳୀକୁ ଅଟକ ରଖିଲା ପୁଲିସ

Bangaluru Times

ମାଙ୍ଗାଲୁରୁ: ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରି ଆନ୍ଦୋଳନ କରୁଥିବା ବେଳେ ଗୁରୁବାର ସନ୍ଧ୍ୟାରେ ପୁଲିସ୍‌ ଗୁଳିରେ ପ୍ରାଣ ହରାଇଥିବା ଦୁଇ ମୃତକଙ୍କ ପରିବାର ବର୍ଗ ଓ ଆହତ ହୋଇଥିବା ଆନ୍ଦୋଳନକାରୀଙ୍କୁ ଭେଟିବାକୁ ଯାଇଥିବା ବରିଷ୍ଠ କଂଗ୍ରେସ ନେତାମାନଙ୍କର ଏକ ପ୍ରତିନିଧି ମଣ୍ଡଳୀକୁ ମାଙ୍ଗାଲୁରୁ ପୁଲିସ୍‌ ଏଥିପାଇଁ ଅନୁମତି ନଦେଇ ଏମାନଙ୍କୁ ଅଟକ ରଖିବା ଘଟଣାକୁ କେନ୍ଦ୍ରକରି ଏକ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ଏଥିସହ ଏହି ଘଟଣାକୁ କେନ୍ଦ୍ର କରି କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି।

ହସ୍ତଗତ ରିପୋର୍ଟରୁ ପ୍ରକାଶ, କର୍ଣ୍ଣାଟକ ବିଧାନସଭାରେ ବିରୋଧୀ ଦଳ ନେତା ଥିବା ବରିଷ୍ଠ କଂଗ୍ରେସ ନେତା ଏସ୍‌ ଆର୍‌ ପାଟିଲ, ପୂର୍ବତନ ଗୃହମନ୍ତ୍ରୀ ତଥା ବିଧାୟକ ଏମ୍‌ ବି ପାଟିଲ, ପୂର୍ବତନ ବାଚସ୍ପତି ତଥା ବିଧାୟକ କେ ଆର ରମେଶ କୁମାର ଓ ପୂର୍ବତନ ସାଂସଦ ଭି ଏସ୍‌ ଉଗାରାପ୍ପା ଆଜି ଏକ ସ୍ୱତନ୍ତ୍ର ବିମାନରେ ଆସି ପୁଲିସ୍‌ ଗୁଳିରେ ପ୍ରାଣ ହରାଇଥିବା ଦୁଇ ମୃତକଙ୍କ ପରିବାର ବର୍ଗ ଓ ଆହତ ହୋଇଥିବା ଆନ୍ଦୋଳନକାରୀଙ୍କୁ ଭେଟିବାକୁ ମାଙ୍ଗାଲୁରୁ ବିମାନ ବନ୍ଦରରେ ପହଞ୍ଚିଥିଲେ। ତେବେ, ଏ ଖବର ପାଇବା ମାତ୍ରେ ମାଙ୍ଗାଲୁରୁ ପୁଲିସ୍‌ର ବରିଷ୍ଠ ଅଧିକାରୀମାନେ ସେମାନଙ୍କୁ ଅଟକ ରଖିବା ସହ ପୁଲିସ୍‌ ଭ୍ୟାନ୍‌ରେ ବସାଇ କୌଣସି ଅଜ୍ଞାତ ସ୍ଥାନକୁ ନେଇ ଯାଇଥିଲେ। ତେବେ, ପୁଲିସ୍‌ର ଏପ୍ରକାର ଆଚାରଣକୁ ବିରୋଧୀ ଦଳ ନେତା ଥିବା ବରିଷ୍ଠ କଂଗ୍ରେସ ନେତା ଏସ୍‌ ଆର୍‌ ପାଟିଲ ତୀବ୍ର ବିରୋଧ କରିବା ସହ ପୁଲିସ୍‌ ଅଧିକାରୀଙ୍କ ସହ ଯୁକ୍ତିତର୍କ ମଧ୍ୟ କରିଥିଲେ।

publive-image News Nation

ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଏକ ସ୍ୱତନ୍ତ୍ର ବିମାନରେ ମାଙ୍ଗାଲୁରୁ ଆସୁଥିବା ଆସୁଥିବା ବେଳେ ତାଙ୍କ ବିମାନକୁ ଅବତରଣ କରିବା ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ଅନୁମତି ମଳି ନଥିଲା। କର୍ଣ୍ଣାଟକ ପୁଲିସ୍‌ର ଏ ପ୍ରକାର ଆଚରଣକୁ କଂଗ୍ରେସ ନେତାମାନେ ବିରୋଧ କରିବା ଏହାକୁ ଅଗଣତାନ୍ତ୍ରିକ ବୋଲି କହିଛନ୍ତି। ଏବଂ ଏହାକୁ କେନ୍ଦ୍ରକରି କର୍ଣ୍ଣାଟକର ବିଜେପି ସରକାର ଓ ବିରୋଧୀ କଂଗ୍ରେସ ମୁହାଁମୁହିଁ ଅବସ୍ଥାକୁ ଆସିଯିବା ସହ ଉଭୟଙ୍କ ମଧ୍ୟରେ ତୁତୁମେଁମେଁ ଆରମ୍ଭ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe