ଇତିହାସ ହୋଇଯିବ କି ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ? କ୍ରମାଗତ ଦ୍ୱିତୀୟ ଥର ପାଇଁ ଲୋକସଭାରେ ବିରୋଧୀ ଦଳର ମାନ୍ୟତା ପାଇବାରୁ ହେଲା ବଞ୍ଚିତ...

Advertisment
ଇତିହାସ ହୋଇଯିବ କି ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ? କ୍ରମାଗତ ଦ୍ୱିତୀୟ ଥର ପାଇଁ ଲୋକସଭାରେ ବିରୋଧୀ ଦଳର ମାନ୍ୟତା ପାଇବାରୁ ହେଲା ବଞ୍ଚିତ...

Outlook India

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ୨୦୧୯ ସାଧାରଣ ନିର୍ବାଚନରେ ଦାରୁଣ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ, ଗଠିତ ହେବାକୁ ଯାଉଥିବା ନୂତନ ଲୋକସଭାରେ ବିରୋଧୀ ଦଳର ମାନ୍ୟତା ଲାଭ କରିବାକୁ ସୁଦ୍ଧା ନିଜର ଯୋଗ୍ୟତା ହରାଇଛି। କାରଣ, ଲୋକସଭାରେ ବିରୋଧୀ ଦଳର ମାନ୍ୟତା ପାଇବାକୁ ହେଲେ ସଂପୃକ୍ତ ଦଳକୁ ଲୋକସଭାର ମୋଟସଭ୍ୟ ସଂଖ୍ୟା, ୫୪୩ର ୧୦ ପ୍ରତିଶତ ପ୍ରାର୍ଥୀ ନିର୍ବାଚନରେ ବିଜୟ ହାସଲ କରିବା ଦରକାର। ହେଲେ ୨୦୧୯ ନିର୍ବାଚନରେ କଂଗ୍ରେସର ମାତ୍ର ୫୨ ଜଣ ପ୍ରାର୍ଥୀ ବିଜୟ କରିଥିବାରୁ ଗଠିତ ହେବାକୁ ଥିବା ନୂତନ ଲୋକସଭାରେ କଂଗ୍ରେସ ବିରୋଧୀ ଦଳର ମାନ୍ୟତା ପାଇବାକୁ ସୁଦ୍ଧା ନିଜର ଯୋଗ୍ୟତା ହରାଇଛି। ଏବଂ ଏଥିପାଇଁ ଦାବି କରିବାକୁ ସୁଦ୍ଧା ନିଜର ନୈତିକତା ହରାଇଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ୨୦୧୪ ନିର୍ବାଚନରେ ମଧ୍ୟ ସମାନ ଦଶା ଭୋଗିଥିଲା। ଦଳର ମାତ୍ର ୪୪ ଜଣ ସାଂସଦ ବିଜୟ ଲାଭ କରିଥିବାରୁ ଦଳ ସଂସଦରେ ବିରୋଧୀ ଦଳର ମାନ୍ୟତା ପାଇବାରୁ ବଞ୍ଚିିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ କଂଗ୍ରେସ ଲୋକସଭାରେ ସେ ସମୟରେ ବାଚସ୍ପତି ଥିବା ସୁମିତ୍ରା ମହାଜନଙ୍କୁ ଅନୁରୋଧ କରି ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ବିରୋଧୀ ଦଳ ନେତାର ମାନ୍ୟତା ଦେବାକୁ କଂଗ୍ରେସ ପକ୍ଷରୁ ଅନୁରୋଧ କରାଯାଇଥିଲା। ହେଲେ ବାଚସ୍ପତି ସୁମିତ୍ରା ମହାଜନ ସଂସଦର ରୁଲ୍‌ବୁକ୍‌ ଦେଖାଇ କଂଗ୍ରେସର ଏହି ଅନୁରୋଧକୁ ପ୍ରତ୍ୟାଖାନ କରି ଦେଇଥିଲେ।

publive-image News Nation

ତେବେ, ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ଓ ସାମ୍ବିଧାନିକ ପଦବୀ ଯଥା, ଲୋକପାଳ ପ୍ୟାନେଲ, ସିବିଆଇ ନିର୍ଦ୍ଦେଶକ, ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ ଆଦି ପଦବୀରେ ନିଯୁକ୍ତି ଦେବା ପାଇଁ ଥିବା କମିଟିରେ ବିରୋଧୀ ଦଳର ନେତା ଏକ ସଭ୍ୟ ଭାବେ ରହିଥିବାରୁ, ବାଚସ୍ପତି ଗତ ସଂସଦରେ କଂଗ୍ରେସକୁ ବିରୋଧୀ ଦଳର ମାନ୍ୟତା ପ୍ରଦାନ କରି ନଥିଲେ ସୁଦ୍ଧା ଏହିି ସମସ୍ତ କମିଟିର ବୈଠକ ବସୁଥିବା ବେଳେ ସେଠାକୁ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ନିମନ୍ତ୍ରଣ କରୁଥିଲେ। ତେବେ ଚଳିତ ନିର୍ବାଚନରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ ନିର୍ବାଚନରେ ହାରି ଯାଇଥିବା ଦୃଷ୍ଟିରୁ ଏ କ୍ଷେତ୍ରରେ ନୂଆ ସରକାର ଓ ନୂଆ ବାଚସ୍ପତି କି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe