‘ବିଜେପି’ ଆରମ୍ଭ କଲା କଂଗ୍ରେସର ଦୁର୍ନୀତିସମ୍ବଳିତ ଭିଡିଓ ସିରିଜ୍‌ ‘କଂଗ୍ରେସ୍‌ ଫାଇଲସ୍‌’

Advertisment
‘ବିଜେପି’ ଆରମ୍ଭ କଲା କଂଗ୍ରେସର ଦୁର୍ନୀତିସମ୍ବଳିତ ଭିଡିଓ ସିରିଜ୍‌ ‘କଂଗ୍ରେସ୍‌ ଫାଇଲସ୍‌’

ନୂଆଦିଲ୍ଲୀ: କଂଗ୍ରେସ୍‌କୁ ‘ଟାର୍ଗେଟ୍‌’ କରି ଆଜି ‘ବିଜେପି’ ‘ଉପା’ ସରକାର ଅମଳରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗସମ୍ବଳିତ ଭିଡିଓ ସିରିଜ୍‌ ‘କଂଗ୍ରେସ୍‌ ଫାଇଲ୍‌ସ୍‌’ର ଶୁଭାରମ୍ଭ କରିଛି।

‘୨ଜି ମାମଲା’, ‘କୋଇଲା ଦୁର୍ନୀତି’ ଏବଂ ‘ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିବାଦ’ ସମତେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ବାଧୀନ ସରକାର କେତେଗୁଡ଼ିଏ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ କରି ‘ଅଫିସିଆଲ୍‌ ଟୁଇଟର୍‌ ହ୍ୟାଣ୍ଡଲ୍‌’ରେ ‘ବିଜେପି’ ଆଜି ଭିଡିଓ ସିରିଜ୍‌ ‘କଂଗ୍ରେସ ଫାଇଲ୍‌ସ୍‌’ର ପ୍ରଥମ ସଂସ୍କରଣ ପୋଷ୍ଟ୍‌ କରିଛି।

ପୂର୍ବତନ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଥିବା ୩ ମିନିଟ୍‌ର ଏହି ଭିଡିଓ କ୍ଲିପ୍‌ରେ ‘ଉପା’ ଶାସନ ଅମଳରେ ୪୮,୨୦,୬୯,୦୦,୦୦,୦୦୦ ଟଙ୍କାର ଦୁର୍ନୀତି ହୋଇଥିବା କୁହାଯାଇଛି।

‘ଭ୍ରଷ୍ଟାଚାରୀ ବଞ୍ଚାଅ ଅଭିଯାନ’ ଆରମ୍ଭ କରିଛନ୍ତି ବୋଲି ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ବିରୋଧୀ ଦଳଙ୍କ ଉପରେ ଦୋଷାରୋପ କରିବା ପରେ ଆଜି ‘ବିଜେପି’ ଏହି ‘ଭିଡିଓ’ ଅଭିଯାନ ଆରମ୍ଭ କରିଛି।

କେନ୍ଦ୍ରୀୟ ଏଜେନ୍‌ସିଗୁଡ଼ିକର ଅପବ୍ୟବହାର କରାଯାଉଛି ବୋଲି ଅଭିଯୋଗ କରି ୧୪ଟି ରାଜନୈତିକ ଦଳ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ଦଳମାନଙ୍କୁ ସମାଲୋଚନା କରି ଉପରୋକ୍ତ କଥା କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାରୁ ଏଜେନ୍‌ସିଗୁଡ଼ିକୁ ଆକ୍ରମଣ କରାଯାଉଛି। ଅଦାଲତରେ ଆବେଦନ କରାଯାଉଛି। କେତେକ ଦଳ ‘ଭ୍ରାଷ୍ଟାଚାରୀ ବଞ୍ଚାଅ ଅଭିଯାନ’ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe