ନୂଆଦିଲ୍ଲୀ: ଦେଶର ରାଜଧାନୀକୁ ଦୀର୍ଘ ୧୫ବର୍ଷ ଧରି ନିଜ ଶାସନାଧୀନ ରଖିଥିବା କଂଗ୍ରେସ ଏଥିର ବି ନିର୍ବାଚନ ମଇଦାନରେ ଚିତପଟାଙ୍ଗ ମାରିଛି। ୨୦୧୫ ଭଳି ୨୦୨୦ରେ ମଧ୍ୟ ଗୋଟିଏ ବି ଆସନ ଜିଣି ପାରିନାହିଁ ସୋନିଆ ଗାନ୍ଧିଙ୍କ ନେତୃତ୍ୱାଧୀନ କଂଗ୍ରେସ ଦଳ।
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କଂଗ୍ରେସର ଭୋଟ ପ୍ରତିଶତ ମଧ୍ୟ କ୍ରମଶଃ କମି କମି ଚାଲିଛି। ୨୦୧୩ ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସ ୨୪.୫୫ ପ୍ରତିଶତ ଭୋଟ ପାଇବା ସହ ୮ଟି ଆସନରେ ବିଜୟୀ ହୋଇଥିଲା। ମାତ୍ର ୨୦୧୫ରେ ଦଳର ଭୋଟ ପ୍ରତିଶତ ୯.୭କୁ କମିଗଲା ଓ ଦଳ ଗୋଟିଏ ବି ଆସନ ଜିତିବାକୁ ସକ୍ଷମ ହୋଇନାହିଁ। ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସ ଖାତା ଖୋଲି ପାରି ନ ଥିବା ବେଳେ ଏହାର ଭୋଟ ପ୍ରତିଶତ ମାତ୍ର ୪.୨୬ ରହିଛି। ଯଦି ଏହି ଧାରା ଜାରି ରହେ ତେବେ ୨୦୧୫ ନିର୍ବାଚନରେ କଂଗ୍ରେସ ହୁଏତ ୧ କିମ୍ବା ୨ ପ୍ରତିଶତ ଭୋଟକୁ ସଂକୁଚିତ ହୋଇଯାଇ ପାରେ।
Hindustan Timesଦଳର ପରାଜୟ ସ୍ପଷ୍ଟ ହେବା ପରେ କଂଗ୍ରେସର ମୁଖ୍ୟପାତ୍ର ରଣଦୀପ ସିଂ ସୁରଜେଓ୍ଵାଲା କହିଛନ୍ତି, ଆମେ ଏହା ଆମ ପାଇଁ ଶିକ୍ଷା। ଏହି ପରାଜୟ ଆମ ପାଇଁ ଦୁଃଖ ଆଣି ନାହିଁ, ବରଂ ଆମେ ଅଧିକ ଦୃଢ଼ ହୋଇଛୁ। ସେହିପରି ଦିଲ୍ଲୀ ପ୍ରଦେଶ କଂଗ୍ରେସ ସଭାପତି ସୁବାସ ଚୋପ୍ରା ଏହି ପରାଜୟର ଦାୟିତ୍ୱ ନିଜ ମୁଣ୍ଡକୁ ନେଇଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସର ପ୍ରଚାର ବି ଜୋରଦାର୍ ନ ଥିଲା। ଅସୁସ୍ଥତା ହେତୁ ଦଳର ସଭାନେତ୍ରୀ ସୋନିଆ ଗାନ୍ଧି ପ୍ରଚାର କରି ପାରିଲେ ନାହିଁ। ପ୍ରଚାର ଶେଷ ଆଡକୁ ସାଂସଦ ରାହୁଲ ଗାନ୍ଧି ଓ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି କେତେଟି ରାଲିକୁ ସମ୍ବୋଧନ କରିଥିଲେ ମଧ୍ୟ ତାହା ପ୍ରଭାବହୀନ ପ୍ରମାଣିତ ହୋଇଛି।
Follow Us