ମୁମ୍ବାଇ ଆକ୍ରମଣପରେ କଂଗ୍ରେସ ଆତଙ୍କବାଦ ଆଗରେ ଆତ୍ମସମର୍ପଣ କରିଦେଇଥିଲା : ମୋଦୀ

 ନଭି ମୁମ୍ବାଇ ଏୟାରପୋର୍ଟର ଉଦଘାଟନ ସମୟରେ  ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ଏବଂ ପୂର୍ବତନ ଗୃହମନ୍ତ୍ରୀ  ପି. ଚିଦାମ୍ବରମଙ୍କୁ ତୀବ୍ର ସମାଲୋଚନା କରିଥିଲେ। ୨୬/୧୧ ମୁମ୍ବାଇ ଆକ୍ରମଣ ପରେ କଂଗ୍ରେସ ଆତ୍ମସମର୍ପଣ କରିଦଇଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । 

modi

ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣ ପରେ କଂଗ୍ରେସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା ଓ ଆତ୍ମସମର୍ପଣ କରିଦଇଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । 

 ନଭି ମୁମ୍ବାଇ ଏୟାରପୋର୍ଟର ଉଦଘାଟନ ସମୟରେ  ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ଏବଂ ପୂର୍ବତନ ଗୃହମନ୍ତ୍ରୀ  ପି. ଚିଦାମ୍ବରମଙ୍କୁ ତୀବ୍ର ସମାଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଦେଶ ପାକିସ୍ତାନ ବିରୁଦ୍ଧରେ ପ୍ରତିଶୋଧ ନେବାକୁ ପ୍ରସ୍ତୁତ ଥିଲା, କିନ୍ତୁ ତତ୍କାଳୀନ ସରକାର ଆମେରିକା ନିକଟରେ ଆତ୍ମସମର୍ପଣ କରିଥିଲା ଏବଂ ପ୍ରତିଶୋଧ ନେଇନଥିଲା। 

ମୋଦୀ କହିଥିଲେ “ମୁମ୍ବାଇ ଭାରତର ଆର୍ଥିକ ରାଜଧାନୀ ଓ ଦେଶର ସବୁଠାରୁ ଗତିଶୀଳ ସହର । ଏଣୁ ଆତଙ୍କବାଦୀମାନେ ଏହି ସହରକୁ ବାଛିଥିଲେ । କିନ୍ତୁ କଂଗ୍ରେସ ଦୁର୍ବଳତାର ସଂକେତ ଦେବା ସହ ଆତଙ୍କବାଦ ଆଗରେ ଆତ୍ମସମର୍ପଣ କରିଥିଲା । 

ଏହା ଉଲ୍ଲେଖଯୋଗ୍ୟ ଯେ ନିକଟରେ ଏବିପି ନ୍ୟୁଜ୍ ସହିତ ଏକ ସାକ୍ଷାତକାରରେ ପି. ଚିଦାମ୍ବରମ ସ୍ୱୀକାର କରିଥିଲେ ଯେ ମୁମ୍ବାଇ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ପ୍ରତିଶୋଧ ନେବାକୁ ଚାହୁଁଥିଲା, କିନ୍ତୁ ଆମେରିକାର ଚାପ ଯୋଗୁଁ ଏପରି କରିବାରୁ ବିରତ ରହିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe