କେଜ୍ରିୱାଲଙ୍କ ପଛରେ ଇଡ଼ି ଲଗାଇବାରେ କଂଗ୍ରେସର ରହିଛି ବଡ଼ ହାତ: ଇଣ୍ଡିଆ ମେଣ୍ଟ ନେତାଙ୍କ ଅଭିଯୋଗ

କେଜ୍ରିୱାଲଙ୍କ ପଛରେ ଇଡ଼ି ଲଗାଇବାରେ କଂଗ୍ରେସର ରହିଛି ବଡ଼ ହାତ: ଇଣ୍ଡିଆ ମେଣ୍ଟ ନେତାଙ୍କ ଅଭିଯୋଗ

ଥିରୁଭାନନ୍ତପୁରମ୍: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରାର୍ଥୀତ୍ବକୁ ନେଇ ଇଣ୍ଡିଆ ମେଣ୍ଟ ରେ ଫାଟ ସୃଷ୍ଟି ହୋଇଛି। କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ୱାଇନାଡ଼ରୁ ରାହୁଲ ନିର୍ବାଚନ ଲଢ଼ିବାକୁ ଅନୁଚିତ ବୋଲି କହିଛନ୍ତି। ଏହା ସହିତ ବାମଦଳର ନେତା ବିଜୟନ କଂଗ୍ରେସ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପଛରେ ଇଡ଼ି ଲଗାଇବାରେ କଂଗ୍ରେସର ବଡ଼ ହାତ ରହିଛି। କେଜ୍ରିୱାଲଙ୍କ ଇଡ଼ି ତଦନ୍ତରେ କଂଗ୍ରେସର ବଡ଼ ଭୂମିକା ରହିଛି।
ସିପିଆଇ ପ୍ରାର୍ଥୀ ଏନି ରାଜାଙ୍କ ବିରୋଧରେ ରାହୁଲଙ୍କୁ ନିର୍ବାଚନ ମଇଦାନରେ ଲଢ଼େଇ ପାଇଁ ଛିଡ଼ା କରାଇବା ଠିକ୍ ନୁହେଁ। ଏପରି କରି ରାହୁଲ ଇଣ୍ଡିଆ ମେଣ୍ଟ ବିରୋଧରେ ଲଢ଼ିବେ। ଏହା ଇଣ୍ଡିଆ ମେଣ୍ଟର ନୀତି ବିପରୀତ।

ଏଭଳି କରି ରାହୁଲ ଡବଲ ଷ୍ଟାଣ୍ଡାର୍ଡ ଭଳି ମନୋଭାବ ପୋଷଣ କରୁଥିବା ବିଜୟନ ଅଭିଯୋଗ କରିଛନ୍ତି। କେନ୍ଦ୍ରୀୟ ଏଜେନ୍ସି କଂଗ୍ରେସ ଛଡ଼ା ଅନ୍ୟ ବିରୋଧୀ ଦଳ ନେତାଙ୍କ ବିରୋଧରେ ତଦନ୍ତ କଲେ କଂଗ୍ରେସ କାହିଁକି ନୀରବ ରହୁଛି ସେ ନେଇ ବିଜୟନ ପ୍ରଶ୍ନ କରିଛନ୍ତି। ଦିଲ୍ଲୀ ମଦ ନୀତି ମାମଲାରେ ମନୀଷ ସିସୋଡ଼ିଆଙ୍କୁ ଗିରଫ କରାଯିବା ପରେ କଂଗ୍ରେସ କହିଥିଲା ଏପର୍ଯ୍ୟନ୍ତ ଅରବିନ୍ଦ କେଜ୍ରିୱାଲଙ୍କୁ କାହିଁକି ଗିରଫ କରାଯାଇ ନାହିଁ। ଏଥିରୁ ଜଣାପଡୁଛି କେଜ୍ରିୱାଲଙ୍କ ଗିରଫ ପଛରେ କଂଗ୍ରେସର ବଡ଼ ହାତ ରହିଛି। କଂଗ୍ରେସର ଏଭଳି ଆଭିମୁଖ୍ୟ ରହିଲେ ଇଣ୍ଡିଆ ମେଣ୍ଟର ସ୍ଥିତି ଉପରେ ପ୍ରଶ୍ନ ଚିହ୍ନ ଲାଗିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe