ଝାଡ଼ଖଣ୍ଡ : ୩ ବିଦ୍ରୋହୀ ନେତାଙ୍କୁ ୬ ବର୍ଷ ପାଇଁ ବହିଷ୍କାର କଲା କଂଗ୍ରେସ୍

ଝାଡ଼ଖଣ୍ଡ ପ୍ରଦେଶ କଂଗ୍ରେସ କମିଟି ସଭାପତି କେଶବ ମହତୋ କମଲେଶ ଦେବେନ୍ଦ୍ର ସିଂ ବିଟ୍ଟୁ, ମୁନେଶ୍ୱର ଓରାଙ୍ଗ୍ ଏବଂ ଇସ୍ରାଫିଲ ଅନସାରୀଙ୍କୁ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ୬ ବର୍ଷ ପାଇଁ ବହିଷ୍କାର କରିଛନ୍ତି।

ମଧ୍ୟପ୍ରଦେଶରେ ୬୦ ଲକ୍ଷ ଭୂତ ଭୋଟର! ନିର୍ବାଚନ କମିସନ୍‌ଙ୍କ ନିକଟରେ ଅଭିଯୋଗ ଆଣିଲା କଂଗ୍ରେସ

ରାଞ୍ଚି: ଝାଡ଼ଖଣ୍ଡ ପ୍ରଦେଶ କଂଗ୍ରେସ କମିଟି ସଭାପତି କେଶବ ମହତୋ କମଲେଶ ଦେବେନ୍ଦ୍ର ସିଂ ବିଟ୍ଟୁ, ମୁନେଶ୍ୱର ଓରାଙ୍ଗ୍ ଏବଂ ଇସ୍ରାଫିଲ ଅନସାରୀଙ୍କୁ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ୬ ବର୍ଷ ପାଇଁ ବହିଷ୍କାର କରିଛନ୍ତି। ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ନିର୍ବାଚନ ଲଢିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଏ ସମ୍ପର୍କରେ ସୂଚନା ଦେଇ ପ୍ରଦେଶ କଂଗ୍ରେସ ମିଡିଆ ବିଭାଗ ଅଧ୍ୟକ୍ଷ ସତୀଶ ପାଲ ମୁଞ୍ଜାନି କହିଛନ୍ତି ଯେ ୨୦୨୪ ବିଧାନସଭା ନିର୍ବାଚନରେ ୭୩-ମଣିକା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ମୁନେଶ୍ୱର ଓରାଙ୍ଗ, ୩୪-ଗୋମିଆ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଇସ୍ରାଫିଲ ଅନସାରୀ ଏବଂ ୭୫-ପାଙ୍କି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦେବେନ୍ଦ୍ର ସିଂ ବିଟ୍ଟୁ କଂଗ୍ରେସ ଦଳର ସରକାରୀ ପ୍ରାର୍ଥୀଙ୍କ ବିରୋଧରେ ନିର୍ବାଚନ ଲଢ଼ି ଶୃଙ୍ଖଳା ଭଙ୍ଗ କରିଛନ୍ତି। ଏହା ଭାରତୀୟ ଜାତୀୟ କଂଗ୍ରେସର ସମ୍ବିଧାନର ଶୃଙ୍ଖଳାଗତ ନିୟମ ନଂ-୪ର ସିଧାସଳଖ ଉଲ୍ଲଂଘନ ବୋଲି ଦଳ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ ଝାଡ଼ଖଣ୍ଡରେ ଆସନ୍ତା ୧୩ ଓ ୨୦ ତାରିଖରେ ଭୋଟଗ୍ରହଣ ଅନୁଷ୍ଠିତ ହେବ । ୨୩ ତାରିଖରେ ଭୋଟ ଗଣତି ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe