image credit : ndtv
ନୂଆଦିଲ୍ଲୀ : କଂଗ୍ରେସକୁ ପୁଣି ଥରେ ଅକଳରେ ପକାଇଦେଇଛନ୍ତି ଦିଗବିଜୟ ସିଂ । ରାହୁଲ ଗାନ୍ଧିଙ୍କ ସଂସଦ ସଦସ୍ୟତା ରଜ୍ଜ ପ୍ରସଙ୍ଗରେ ଜର୍ମାନୀ ଦୂତାବାସର ବୟାନକୁ ସେ ସମର୍ଥନ କରିବା ପରେ କଂଗ୍ରେସ ବ୍ୟାକଫୁଟକୁ ଚାଲିଆସିଛି । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଦେଶର ରାଜନୈତିକ ସମସ୍ୟାକୁ ଭିତରୁ ସମାଧାନ କରାଯିବା ଦରକାର। କଂଗ୍ରେସ ଦୃଢ଼ ଭାବରେ ବିଶ୍ୱାସ କରେ ଯେ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ନିଜେ ଏହା ପ୍ରତି ସୃଷ୍ଟି ହୋଇଥିବା ବିପଦ, ଅତ୍ୟାଚାରର ରାଜନୀତି ଏବଂ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଗଣତନ୍ତ୍ର ପ୍ରତି ସୃଷ୍ଟି ହୋଇଥିବା ବିପଦର ମୁକାବିଲା କରିବା ଉଚିତ୍ । କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ନିର୍ଭୀକ ଭାବେ ସେମାନଙ୍କ ବିରୋଧରେ ଲଢ଼ିବେ।
ରାହୁଲ ଗାନ୍ଧିଙ୍କ ସଦସ୍ୟତା ରଦ୍ଦ ଘଟଣା ଉପରେ ଜର୍ମାନୀ ଦୂତାବାସ କହିଥିଲା ଯେ ନ୍ୟାୟିକ ସ୍ୱାଧୀନତାର ମାନଦଣ୍ଡ ଏବଂ ମୌଳିକ ଗଣତାନ୍ତ୍ରିକ ନୀତି ରାହୁଲ ଗାନ୍ଧିଙ୍କ ବିରୋଧରେ ଚାଲିଥିବା କାର୍ୟ୍ୟାନୁଷ୍ଠାନରେ ସମାନ ଭାବରେ ଲାଗୁ ହେବ ବୋଲି ଜର୍ମାନୀ ଆଶା ରଖିଛି । ଜର୍ମାନୀର ବୟାନ ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ନେତା ଦିଗବିଜୟ ସିଂହ ଟ୍ୱିଟ୍ କରି କହିଥିଲେ ଯେ ରାହୁଲ ଗାନ୍ଧିଙ୍କୁ ହଇରାଣ କରି ଭାରତରେ ଗଣତନ୍ତ୍ର ବିରୋଧରେ କାମ କରାଯାଉଛି । ଏହା କହିବା ସହ ସେ ଜର୍ମାନୀ ଦୂତାବାସକୁ ଧନ୍ୟବାଦ ଦେଇଥିଲେ । କିନ୍ତୁ କଂଗ୍ରେସ ଭାରତରେ ହସ୍ତକ୍ଷେପ କରିବାକୁ ବିଦେଶୀ ଶକ୍ତିଙ୍କୁ ଆମନ୍ତ୍ରଣ କରୁଛି ବୋଲି ବିଜେପି ଅଭିଯୋଗ କରିବା ପରେ କଂଗ୍ରେସ ବ୍ୟାକଫୁଟକୁ ଚାଲିଆସିଥିଲା ।
Follow Us