କଂଗ୍ରେସର ଆଭିମୁଖ୍ୟକୁ ଦଳୀୟ ବିଧାୟକଙ୍କ ବିରୋଧ

କଂଗ୍ରେସର ଆଭିମୁଖ୍ୟକୁ ଦଳୀୟ ବିଧାୟକଙ୍କ ବିରୋଧ

ନୂଆଦିଲ୍ଲୀ: କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ଇଭିଏମ୍‌ର ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ତେବେ କର୍ଣ୍ଣାଟକର ଜଣେ କଂଗ୍ରେସ ବିଧାୟକ ଏହି ପ୍ରସଙ୍ଗରେ ଦଳର ଆଭିମୁଖ୍ୟକୁ ବିରୋଧ କରିଛନ୍ତି। ଚିକ୍କବଲ୍ଲପୁରା କଂଗ୍ରେସ ବିଧାୟକ ‌କେ ସୁଧାକର ଏବେ ପ୍ରଶ୍ନ କରିଛନ୍ତି କେବଳ ଏକ୍‌ଜିଟ୍‌ ପୋଲ୍‌ ପ୍ରକାଶ ପାଇବାପରେ କାହିଁକି ଇଭିଏମ୍‌ ଜାଲିଆତି କଥା ଉଠୁଛି। ଏହି ପ୍ରସଙ୍ଗରେ ସେ ଦଳର ଆଭିମୁଖ୍ୟ ନେଇ ଦ୍ବନ୍ଦ୍ବରେ ଅଛନ୍ତି ବୋଲି କହିଛନ୍ତି। କିନ୍ତୁ ଉକ୍ତ କଂଗ୍ରେସ ବିଧାୟକଙ୍କର ଏହି ବୟାନ କଂଗ୍ରେସର ଚିନ୍ତ‌ା ବଢ଼ାଇ ଦେଇଛି। କଂଗ୍ରେସର ପ୍ରାୟ ୫ ଜଣ ଅସନ୍ତୁଷ୍ଟ ବିଧାୟକ ଇଭିଏମ୍‌ ମାମଲାରେ ଦଳକୁ ସମର୍ଥନ କରୁନାହାନ୍ତି ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe