କଂଗ୍ରେସ ମୁସଲମାନଙ୍କୁ ଚୁଇଂଗମ୍‌ ଭଳି ବ୍ୟବହାର କରୁଛି: ନକ୍‌ଭି

Advertisment
କଂଗ୍ରେସ ମୁସଲମାନଙ୍କୁ ଚୁଇଂଗମ୍‌ ଭଳି ବ୍ୟବହାର କରୁଛି: ନକ୍‌ଭି

India Today

ନୂଆଦିଲ୍ଲୀ: ବିଜେପି ନେତା ମୁଖତାର ଅବାସ ନକ୍‌ଭି ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ‌ଦେଶର କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଅପବ୍ୟବହାର କରୁଛନ୍ତି ଏବଂ ଦେଶରେ ଦଳିତ ଓ ମୁସଲମାନ ଅତି ଦୟନୀୟ ସ୍ଥିତିରେ ରହିଛନ୍ତି ବୋଲି ରାହୁଲ ବିଦେଶରେ କହିଛନ୍ତି।

ରାହୁଲଙ୍କୁ ଜବାବ ଦେଇ ବିଜେପି ନେତା ନକଭି କହିଛନ୍ତି, କଂଗ୍ରେସ ଦଳ ମୁସଲିମମାନଙ୍କୁ ଚୁଇଂଗମ୍‌ ଭଳି ବ୍ୟବହାର କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିକାଶ ଦ୍ବାରା କଂଗ୍ରେସର ସାମନ୍ତବାଦୀ ଶାସନ ବ୍ୟବସ୍ଥାକୁ ନଷ୍ଟ କରିଦେଇଛନ୍ତି ଏବଂ ରାହୁଲଙ୍କ ସମସ୍ୟା ହେଉଛି ସେ ଏହାକୁ ଗ୍ରହଣ କରିପାରୁନାହାନ୍ତି। ରାହୁଲ ଗାନ୍ଧି ଗଣତନ୍ତ୍ରକୁ ତାଙ୍କ ବଂଶବାଦର ଏକ ଆଧାର ବୋଲି ଭାବୁଛନ୍ତି। ନକ୍‌ଭି କହିଛନ୍ତି, ରାହୁଲ ଭାରତକୁ ଅପମାନିତ କରିବାପାଇଁ ଠିକା ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe