ଅନଶନ ପୂର୍ବରୁ ଭୂରି ଭୋଜନ କଂଗ୍ରେସର ଉପବାସ ଏକ ପ୍ରହସନ: ବିଜେପି

Advertisment
ଅନଶନ ପୂର୍ବରୁ ଭୂରି ଭୋଜନ କଂଗ୍ରେସର ଉପବାସ  ଏକ ପ୍ରହସନ: ବିଜେପି

ନୂଆଦିଲ୍ଲୀ: ଏନ୍‌୍‌ଡିଏ ସରକାର ବିରୋଧରେ କଂଗ୍ରେସର ଅନଶନ କେବଳ ଏକ ପ୍ରହସନ ଏବଂ ଦେଶବାସୀଙ୍କୁ ବିଭ୍ରାନ୍ତିରେ ପକାଇ ରାଜନୈତିକ ଫାଇଦା ନେବାକୁ ଏକ ପ୍ରୟାସ ବୋଲି ଆଜି ବିଜେପି କହିଛି। ଉପବାସ ପୂର୍ବରୁ କଂଗ୍ରେସ ନେତାମାନେ ଏକ ରେସ୍ତୋରାଁରେ ଭୂରି ଭୋଜନ କରିଥିଲେ ଏବଂ ସେଠାରୁ ସିଧା ମହାତ୍ମା ଗାନ୍ଧୀଙ୍କ ସ୍ମୃତି ପୀଠକୁ ଯାଇ ଅନଶନରେ ସାମିଲ ହୋଇଥିଲେ। ଏହାକୁ ବିଜେପି କଡ଼ା ସମାଲୋଚନା କରିଛି ଏବଂ କଂଗ୍ରେସ ନେତାଙ୍କ ଉପବାସର ଉଦ୍ଦେଶ୍ୟ କ’ଣ ତାହା ଦେଶବାସୀ ଭଲଭାବେ ଜାଣିସାରିଛନ୍ତି ବୋଲି ବିଜେପି ପ୍ରବକ୍ତା ସମ୍ବିତ ପାତ୍ର କହିଛନ୍ତି। କଂଗ୍ରେସ ନେତାମାନେ ଚାନ୍ଦିନିଚୌକର ପ୍ରସିଦ୍ଧ ଛେନାରାମ ରେସ୍ତୋରାଁରେ ଭୋଜନ କରୁଥିବା ଫଟୋ ଭାଇରାଲ ହେବାପରେ ଏହା କଂଗ୍ରେସ ପାଇଁ ଅଡ଼ୁଆ ସୃଷ୍ଟି କରିଛି । ଅନ୍ୟପକ୍ଷରେ ଦେଶରେ ୧୯୮୪ରେ ଘଟିଥିବା ହିଂସା ଓ ସାଂପ୍ରଦାୟିକ ଦଙ୍ଗା ପାଇଁ ଦାୟୀ ନେତାଙ୍କୁ ନେଇ କଂଗ୍ରେସ ରାଜଘାଟ ଅନଶନରେ ବସିବା କେତେଦୂର ଯୁକ୍ତିଯୁକ୍ତ ବୋଲି ବିଜେପି ପ୍ରଶ୍ନ କରିଛି । ସତ୍ୟାଗ୍ରହ ନାମରେ ମିଥ୍ୟାଗ୍ରହ କରିଥିବା କଂଗ୍ରେସକୁ ଏ ବାବଦରେ ଜବାବ ଦେବାକୁ ହେବ ବୋଲି ସମ୍ବିତ କହିଛନ୍ତି। ଦେଶରେ କେବଳ ମିଥ୍ୟା ଓ ବିଭ୍ରାନ୍ତିର ପ୍ରସାର କରିବାକୁ ଚାହୁଥିବା ରାହୁଲଙ୍କ ରାଜନୀତିକୁ ଲୋକେ ବିଫଳ କରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe