india tv
ନୂଆଦିଲ୍ଲୀ : ଓଡିଶାରୁ କଂଗ୍ରେସ ସଂଗଠନ ସଂପର୍କରେ ଆଲୋଚନା କରିବା ପାଇଁ ଦିଲ୍ଲୀ ଆସିଥିବା ୫ ନେତା କଂଗ୍ରେସ ହାଇକମାଣ୍ଡଙ୍କୁ ସାକ୍ଷାତ କରିବାରେ ବିଫଳ ହୋଇଛନ୍ତି। ନେତାମାନେ ଏଆଇସିସିରେ ସଂଗଠନ ସଂପାଦକ କେ.ସି. ଭେନୁଗୋପାଳ ଓ ଅନ୍ୟ କିଛି ନେତାମାନଙ୍କୁ ଅନୌପଚାରିକ ସାକ୍ଷାତ କରିଥିବାର ଜଣାପଡିଛି। ବଜେଟ ଅଧିବେଶନ ପରେ ନେତାମାନେ ପୁଣିଥରେ ହାଇକମାଣ୍ଡଙ୍କ ସହିତ ସାକ୍ଷାତ କରିବା ପାଇଁ ପ୍ରୟାସ କରିବେ ବୋଲି ଯୋଜନା କରିଛନ୍ତି। କଂଗ୍ରେସ ନେତାମାନଙ୍କୁ ଭେଟିବାପାଇଁ ଓଡିଶାରୁ ଆସିଥିବା ପୂର୍ବତନ ମନ୍ତ୍ରୀ ରବିନ୍ଦ୍ର କୁମାର ସେଠୀ ଓ ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ ଓଡିଶା ଫେରିଯାଇଥିବା ବେଳେ ଅନ୍ୟ ତିନିଜଣ ପୂର୍ବତନ ବିଧାୟକମାନେ ଦେବେନ୍ଦ୍ର କୁମାର ଶର୍ମା, ଚିନ୍ନୟ ବେଉରା ଓ କୁମାର ଚିରଂଜୀବ ଅମୃତସର ଭ୍ରମଣରେ ଯାଇଥିବା ଓଡିଶା ଫେରିଯାଇଥିବା ଦୁଇ ନେତା ସୂଚନା ଦେଇଛନ୍ତି। ଦିଲ୍ଲୀରେ କଂଗ୍ରେସର କିଛି ନେତାଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିବାର ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ କହିଛନ୍ତି।
Follow Us