କଂଗ୍ରେସକୁ ଝଟ୍‌କା: ନିର୍ବାଚନ ପୂର୍ବରୁ ପୁଣି ଆପ୍‌ରେ ଯୋଗଦେଲେ ୨ ନେତା

Advertisment
କଂଗ୍ରେସକୁ ଝଟ୍‌କା: ନିର୍ବାଚନ ପୂର୍ବରୁ ପୁଣି ଆପ୍‌ରେ ଯୋଗଦେଲେ ୨ ନେତା

NDTV Khabar

ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରି ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାବେଳେ କଂଗ୍ରେସକୁ ଆଜି ଶକ୍ତ ଝଟ୍‌କା ଲାଗିଛି। ପୁଣି ୨ ଜଣ କଂଗ୍ରେସ ନେତା ଆଜି ଆପ୍‌ରେ ଯୋଗ ଦେଇଛନ୍ତି। ରାମ ସିଂହ ନେତାଜୀ ଏବଂ ବିନୟ ମିଶ୍ର ନାମକ ୨ ଜଣ କଂଗ୍ରେସ ନେତା ଆଜି ଦଳ ଛାଡ଼ି ଆପ୍‌ରେ ଯୋଗ ଦେଇଛନ୍ତି। ଏହା କଂଗ୍ରେସ ପାଇଁ ବଡ଼ ଚିନ୍ତାଜନକ। କାରଣ ଗତ ସପ୍ତାହରେ ମଧ୍ୟ କଂଗ୍ରେସର ଜଣେ ବରିଷ୍ଠ ନେତା‌ ସୋଏବ ଇକବଲ୍‌ ଦଳ ଛାଡ଼ି ଆପ୍‌ରେ ଯୋଗ ଦେଇଥିଲେ। ଆଜି ଆପ୍‌ରେ ଯୋଗ ଦେଇଥିବା କଂଗ୍ରେସ ନେତା ବିନୟ ମିଶ୍ର ପୂର୍ବତନ କଂଗ୍ରେସ ସାଂସଦ ମହାବଳ ମିଶ୍ରଙ୍କ ପୁଅ। ରାମ ସିଂହ ନେତାଜୀ ମଧ୍ୟ ଜଣେ ପୂର୍ବତନ ବିଧାୟକ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌, ଆପ୍‌ ନେତା ମନୀଷ ସିସୋଦିଆ, ସଂଜୟ ସିଂହଙ୍କ ବିରୋଧରେ ଏହି ଦୁଇ ନେତା ଆପ୍‌ରେ ଯୋଗ ଦେଇଛନ୍ତି। ନେତାଜୀ କହିଛନ୍ତି, ଆପ୍‌ ସରକାରଙ୍କ କାର୍ଯ୍ୟରେ ସେ ଖୁସି ଅଛନ୍ତି। ସେଥିପାଇଁ ସେ କଂଗ୍ରେସ ଛାଡ଼ି ଆପ୍‌ରେ ଯୋଗ ଦେଇଛନ୍ତି। ଅନ୍ୟପକ୍ଷେ କେଜ୍ରିୱାଲ୍‌ ମଧ୍ୟ କହିଛନ୍ତି ଯେ ଲୋ‌କେ ଆପ୍‌ର ନୀତି ଏବଂ ଦିଲ୍ଲୀ ସରକାରଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ କଂଗ୍ରେସ ଛାଡ଼ି ଦେଉଛନ୍ତି। ଉଲ୍ଲେଖଯୋଗ୍ୟ ଗତ କିଛିଦିନ ଧରି କଂଗ୍ରେସର ଅନେକ ସଂଖ୍ୟାରେ ନେତା ଦଳ ଛାଡ଼ି ଆପ୍‌ରେ ଯୋଗ ଦେଉଛନ୍ତି। ଆଉ ମାତ୍ର କିଛି ଦିନ ପରେ ନିର୍ବାଚନ ଥିବାବେଳେ ଏହା କଂଗ୍ରେସର ମୁଣ୍ଡବଥା ବଢ଼ାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe