ବନ୍ଦେ ଭାରତ ଟ୍ରେନ ଧକ୍କାରେ କଂଗ୍ରେସ ନେତାଙ୍କ ମୃତ୍ୟୁ

ରେଳ ଧାରଣା ଦେଇ ଯାଉଥିବା ବେ‌ଳେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଧକ୍କାରେ କଂଗ୍ରେସ ନେତା ରାମଚନ୍ଦ୍ରଙ୍କ ଘଟଣାସ୍ଥଳରେ ଉଡ଼ିଗଲା ପ୍ରାଣବାୟୁ। କଂଗ୍ରେସ ନେତାଙ୍କ ମୃତ୍ୟୁ ଖବର ପାଇ ପରିବାରଲୋକ ହୋଇଯାଇଛନ୍ତି ସ୍ତବ୍ଧ।

e


ନୂଆଦିଲ୍ଲୀ: ବିହାରର ଜହାନାବାଦ ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଧକ୍କାରେ ଜଣେ କଂଗ୍ରେସ ନେତାଙ୍କ ମୃତ୍ୟୁ ହୋଇଛି। ମୃତ କଂଗ୍ରେସ ନେତାଙ୍କ ନାମ ରାମଚନ୍ଦ୍ର ସୋନି। ଯିଏକି କଂଗ୍ରେସ ଦଳର କାକୋ ବ୍ଲକ ସଭାପତି ଥିଲେ।

ପ୍ରକାଶିତ ରିପୋର୍ଟ ମୁତାବକ, ରବିବାର ସନ୍ଧ୍ୟାରେ କଂଗ୍ରେସ ନେତା ରାମଚନ୍ଦ୍ର ସୋନି କୌଣସି ଏକ କାମରେ ରେଳ ଧାରଣା ଦେଇ ମଖଦୁମପୁର ଷ୍ଟେସନକୁ ଯାଉଥିଲେ।  ଏହି ସମୟରେ ଉକ୍ତ ଧାରଣାରେ ବନ୍ଦେ ଭାରତ ଏକ୍ସପ୍ରେସ ଚାଲି ଆସିଥିଲା।  ଏହି ଏକ୍ସପ୍ରେସ ଟ୍ରେନ ଧକ୍କାରେ କଂଗ୍ରେସ ନେତା ରାମଚନ୍ଦ୍ରଙ୍କ ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ିଯାଇଥିଲା। 

ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଜିଆରପି ପୁଲିସ ଘଟଣାସ୍ଥଳରେ ପହଞ୍ଚି କଂଗ୍ରେସ ନେତାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଦୁର୍ଘଟଣାର ଯାଞ୍ଚ କରୁଛି ପୁଲିସ।

କଂଗ୍ରେସ ଜିଲ୍ଲା ସଭାପତି ଗୋପାଳ ଶର୍ମା କହିଛନ୍ତି ଯେ ରାମଚନ୍ଦ୍ର ସୋନି କାକୋ ବ୍ଲକର ସଭାପତି ଥିଲେ। ସେ ଖୁବ ଭଲ ମଣିଷ ଥିଲେ। ମେଳାପି ସ୍ବଭାବର ଲୋକ ଥିଲେ। ରାମଚନ୍ଦ୍ରଙ୍କ ପରିବାର ଏକ ସାଧାରଣ ପରିବାର। ତାଙ୍କର ସ୍ତ୍ରୀ, ଦୁଇ ପୁଅ ଓ ତିନିଜଣ ଝିଅ ଅଛନ୍ତି। ଏମାନେ ସମସ୍ତେ ବାପାଙ୍କ ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ବାପାଙ୍କୁ ହରାଇ ସ୍ଥାଣୁ ପାଲଟି ଯାଇଛନ୍ତି।’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe