ରୋହତକ: ହରିୟାଣାର ରୋହତକରେ ଉଦ୍ଧାର ହୋଇଥିବା ଏକ ସୁଟକେସ୍ରୁ ମିଳିଥିବା ମୃତଦେହକୁ ଚିହ୍ନଟ କରାଯାଇଛି। ଏହି ମୃତଦେହ ଟି କଂଗ୍ରେସ ନେତ୍ରୀ ହିମାନୀ ନରୱାଲଙ୍କ ବୋଲି ଜଣାପଡିଛି । ସୁଟକେସରେ ହିମାନୀଙ୍କ ମୃତଦେହ ଥିଲା ବୋଲି ପୁଲିସ ସ୍ପଷ୍ଟ କରିଛି । ଏହି ଘଟଣାକୁ ନେଇ ରୋହତକର କଂଗ୍ରେସ ବିଧାୟକ ବିବି ବାତ୍ରା ରାଜ୍ୟର ଆଇନଶୃଙ୍ଖଳାକୁ ନେଇ ପ୍ରଶ୍ନ ଉଠାଇଥିବା ସହ ଏହି ହତ୍ୟାକାଣ୍ଡର ଏସଆଇଟି ତଦନ୍ତ ଦାବି କରିଛନ୍ତି।
ରାହୁଲ ଗାନ୍ଧିଙ୍କ ସହ ଭାରତ ଯୋଡୋ ଯାତ୍ରା ସମୟରେ ହିମାନୀ ହରିୟାଣବୀ ପୋଷାକ ପିନ୍ଧିଥିବାର ନଜର ଆସିଥିଲେ । ସେ ସୋସିଆଲ ମିଡିଆରେ ରାହୁଲ ଗାନ୍ଧିଙ୍କ ସହ ଏକ ଫଟୋ ମଧ୍ୟ ସେୟାର କରିଥିଲେ । ହରିୟାଣା ବିଧାନସଭା ନିର୍ବାଚନ ସମୟରେ ହିମାନୀ ରୋହତକରେ ଦୀପେନ୍ଦ୍ର ହୁଡା ଓ ଭୁପେନ୍ଦ୍ର ହୁଡାଙ୍କ ପାଇଁ ପ୍ରଚାର କରିଥିଲେ।

ଆଜି ସକାଳେ ସାଂପଲା ସହର ଦେଇ ଯାଉଥିବା ଫ୍ଲାଭର ନିକଟରେ ଥିବା ଏକ ବନ୍ଦ ସୁଟକେସରୁ ହାତରେ ମେହେନ୍ଦି ଧରି ଜଣେ ଯୁବତୀଙ୍କ ମୃତଦେହ ମିଳିଥିଲା। ଏହାକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେହି ସମୟରେ ଯୁବତୀଙ୍କ ପରିଚୟ ମିଳିନଥିବାରୁ ପୁଲିସ ଶବ ବ୍ୟବଚ୍ଛେଦ ଓ ପରିଚୟ ପାଇଁ ରୋହତକ ପିଜିଆଇକୁ ପଠାଇଥିଲା।
ଏବେ ଯୁବତୀଙ୍କ ମୃତଦେହ ସମ୍ପର୍କରେ ରୋହତକର କଂଗ୍ରେସ ବିଧାୟକ ଭାରତ ଭୂଷଣ ବାତ୍ରା କହିଛନ୍ତି ଯେ ସେ ଜଣେ ସକ୍ରିୟ କଂଗ୍ରେସ କର୍ମୀ ଥିଲେ। ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରା ସମେତ କଂଗ୍ରେସ ନେତାଙ୍କ ବିଭିନ୍ନ ନିର୍ବାଚନୀ ପ୍ରଚାରରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ବୋଲି ସେ ଉଲ୍ଲେଖ କରିଛନ୍ତି। ତୁରନ୍ତ ଯୁବତୀଙ୍କ ହତ୍ୟାକାଣ୍ଡର ତଦନ୍ତ ପାଇଁ ଏସଆଇଟି ଗଠନ କରିବାକୁ ଭାରତ ଭୂଷଣ ବାତ୍ରା ଦାବି କରିଛନ୍ତି।
Follow Us