ଛେପ ପକାଉ ନଥିଲି, ପାଟିରେ ପଶିଥିବା ମଇଳା ବାହାର କରୁଥିଲି : କଂଗ୍ରେସ ନେତ୍ରୀ

ଛେପ ପକାଉ ନଥିଲି, ପାଟିରେ ପଶିଥିବା ମଇଳା ବାହାର କରୁଥିଲି : କଂଗ୍ରେସ ନେତ୍ରୀ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପଚରାଉଚରା ବିରୋଧରେ କଂଗ୍ରେସ ଦିଲ୍ଲୀରେ ସତ୍ୟାଗ୍ରହ କରିଥିଲା। କଂଗ୍ରେସ କର୍ମୀମାନେ ରାସ୍ତାକୁ ଓହ୍ଲାଇ ବିରୋଧ  ପ୍ରଦର୍ଶନ କରିଥିଲେ । ଏହି ପ୍ରଦର୍ଶନ ସମୟର ଏକ ଭିଡିଓ ଏବେ ଭାଇରାଲ ହେଉଛି। ଯେଉଁଥିରେ ମହିଳା କଂଗ୍ରେସ ସଭାପତି ନେଟ୍ଟା ଡି’ସୁଜାଙ୍କ ସୁରକ୍ଷାକର୍ମୀଙ୍କ ଉପରକୁ ଛେପ ପକାଉଥିବାର ଦେଖାଯାଉଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିରୋଧୀଦଳର ନେତାମାନେ ନେଟ୍ଟା ଡି’ସୁଜାଙ୍କୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି।

ସମାଲୋଚାର ଶିକାର ହେବା ପରେ ମହିଳା କଂଗ୍ରେସ ସଭାପତି ନେଟ୍ଟା ଡି’ସୁଜା ନିଜେ ଏହି ବିଷୟରେ ସ୍ପଷ୍ଟୀକରଣ ଦେଇଛନ୍ତି। ନେଟା ଡି’ସୁଜା କହିଛନ୍ତି ଯେ ସେ ପୁଲିସ୍ କର୍ମୀଙ୍କ ଉପରେ ଛେପ ପକାଉ ନଥିଲେ। ଯେତେବେଳେ ପୁଲିସ ତାଙ୍କୁ ହେପାଜତକୁ ନେଉଥିଲା, ସେତେବେଳେ ତାଙ୍କ ପାଟି ଭିତରକୁ କିଛି ମଇଳା ଚାଲି ଯାଇଥିଲା। ସେଥିପାଇଁ ସେ ଏହାକୁ କାଢ଼ିଥିଲେ। ପୁଲିସକୁ ଏଭଳି ଛେପ ପକାଇ ଅସମ୍ମାନ କରିବାର ତାଙ୍କର କୌଣସି ଉଦ୍ଦେଶ୍ୟ ନଥିଲା।

ଉଲ୍ଲେଖଯୋଗ୍ୟ, ସୋନିଆ ଗାନ୍ଧି ଓ ରାହୁଲ୍‌ ଗାନ୍ଧି ନ୍ୟାସନାଲ୍ ହେରାଲ୍ଡ ମାଲିକାନାରେ ଥିବା ମୂଲ୍ୟବାନ ଜମି ସହ କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ପାଣ୍ଠି ଅକ୍ତିଆର କରିଛନ୍ତି ବୋଲି ‘ବିଜେପି’ ସାଂସଦ ସୁବ୍ରମଣିୟାନ୍ ସ୍ବାମୀ ଦିଲ୍ଲୀ ଅଦାଲତରେ ମାମଲା ରୁଜୁ କରିବା ପରେ ‘ନ୍ୟାସ୍‌ନାଲ୍‌‌ ହେରାଲଡ୍‌’ ମାମଲା ଲୋକଲୋଚନକୁ ଆସିଥିଲା। ଏହା ପରେ ସୋନିଆ ଗାନ୍ଧି ଓ ରାହୁଲ୍‌ ଗାନ୍ଧିଙ୍କୁ ସମନ ଜାରି କରିଥିଲା ଇଡି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe