ରାମପୁରରେ ବିଜେପିକୁ ସମର୍ଥନ କରିବେ କଂଗ୍ରେସ ନେତା

Advertisment
ରାମପୁରରେ ବିଜେପିକୁ ସମର୍ଥନ କରିବେ କଂଗ୍ରେସ ନେତା

Times of India

ରାମପୁର : ରାମପୁରରେ ଲୋକସଭା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଦେବନାହିଁ ବୋଲି ନିଷ୍ପତ୍ତି ନେଇଥିବାବେଳେ ଆଜି ଜଣେ କଂଗ୍ରେସ ନେତା ଦଳକୁ ଝଟ୍‌କା ଦେଇଛନ୍ତି।

କଂଗ୍ରେସ ନେତା ନୱାବ କାଜିମ ଅଲି ଖାନ୍‌ କହିଛନ୍ତି, ସେ ବିଜେପି ପ୍ରାର୍ଥୀ ଘନଶ୍ୟାମ ସିଂହ ଲୋଧିଙ୍କୁ ସମର୍ଥନ କରିବେ। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧିଙ୍କୁ ସେ ଏଥିପାଇଁ କ୍ଷମା ମାଗିଛନ୍ତି। ଖାନ୍‌ ମାୟାବତୀ ସରକାରରେ ରାଜ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ ଏବଂ ୫ ଥର ବିଧାୟକ ହୋଇଥିଲେ। କିନ୍ତୁ ୨୦୨୨ ବିଧାନସଭା ନିର୍ବାଚନରେ ସେ ଆଜମ ଖାନ୍‌ଙ୍କଠାରୁ ହାରି ଯାଇଥିଲେ। ପ୍ରିୟଙ୍କାଙ୍କ ପାଖକୁ ଚିଠି ଲେଖି ଖାନ୍‌ କହିଛନ୍ତି, ସେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବାକୁ ଚାହିଥିଲେ କିନ୍ତୁ ଦଳରୁ କିଛି ଲୋକ ବରିଷ୍ଠ ନେତୃବୃନ୍ଦଙ୍କୁ ଭୁଲ୍‌ ବାଟରେ ନେଇ ପ୍ରାର୍ଥୀ ମୁତୟନ ନକରିବାପାଇଁ କହିଲେ। ଖାନ୍‌ କହିଛନ୍ତି, ମୁଁ ଏବେ କଂଗ୍ରେସରେ ରହିଛି ଏବଂ ଆଗକୁ ମଧ୍ୟ ରହିବି। କିନ୍ତୁ ମୋ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ସମର୍ଥନ କରିବା ଏବଂ ଭୋଟ୍‌ ଦେବାର ଅଧିକାର ମୋର ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe