‘ପୁଷ୍ପା-୨’ର ଏକ ଦୃଶ୍ୟକୁ ନେଇ ଅଲୁ ଅର୍ଜୁନଙ୍କ ନାମରେ ନୂଆ ଅଭିଯୋଗ

Advertisment

ଅଲୁ ଅର୍ଜୁନଙ୍କ ‘ପୁଷ୍ପା-୨’ର ଏକ ଦୃଶ୍ୟକୁ ନେଇ ତାଙ୍କ ବିରୋଧରେ ଅଭିଯୋଗ ଆଣିଲେ କଂଗ୍ରେସ ଜଣେ ବରିଷ୍ଠ ନେତା। ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କଲେ।

ଅଲୁ ଅର୍ଜୁନଙ୍କ ‘ପୁଷ୍ପା-୨’ର ଏକ ଦୃଶ୍ୟକୁ ନେଇ ତାଙ୍କ ବିରୋଧରେ ଅଭିଯୋଗ ଆଣିଲେ କଂଗ୍ରେସ ଜଣେ ବରିଷ୍ଠ ନେତା। ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କଲେ।

www.indiatoday.in

ନୂଆଦିଲ୍ଲୀ: ସାଉଥ୍‌ ସୁପର୍‌ଷ୍ଟାର୍‌ ଅଲୁ ଅର୍ଜୁନଙ୍କ ଅଭିନୀତ ସିନେମା ‘ପୁଷ୍ପା-୨’ର ପ୍ରିମିୟର୍‌ ସୋ’ରେ ଦଳଚକଟାରେ ଡିସେମ୍ବର ୪ ତାରିଖ ଦିନ ଜଣେ ୩୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୀଡ଼ିତା ରେବତୀଙ୍କ ମୃତ୍ୟୁ ଘଟିଥିବା ବେ‌ଳେ ତାଙ୍କ ପୁଅ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲ୍‌ରେ ଅଛନ୍ତି। 

ତେବେ ନିକଟରେ ଏହି ସିନେମାକୁ ନେଇ ଏକ ନୂଆ ଅଭିଯୋଗ ଆସିଛି। ବରିଷ୍ଠ କଂଗ୍ରେସ ନେତା ତଥା ତେ‌ଲେଙ୍ଗାନା ଏମ୍‌ଏଲ୍‌ସି ଟିନ୍‌ମର୍‌ ମଲାନା ଚଳଚ୍ଚିତ୍ରର ଏକ ଦୃଶ୍ୟକୁ ନେଇ ଆପତ୍ତି ଜାହିର କରିଛନ୍ତି। 

ଦୃଶ୍ୟରେ ଅଲୁ ଅର୍ଜୁନ ପୁଲିସ୍‌ ଅଧିକାରୀଙ୍କ ଉପସ୍ଥିତିରେ ଏକ ‘ସୁଇମିଂ ପୁଲ୍’ରେ ପରିଶ୍ରା କରୁଥିବାର ଦେଖିବାକୁ ମିଳିଛି। କଂଗ୍ରେସ ନେତା ଏହି ଦୃଶ୍ୟକୁ ଅସମ୍ମାନଜନକ କହିବା ସହ ଏହା ଆଇନ ଶୃଙ୍ଖଳା ଅଧିକାରୀଙ୍କ ସମ୍ମାନକୁ କ୍ଷୁର୍ଣ୍ଣ କରୁଛି ବୋଲି ଅଭିଯୋଗ କରିଛନ୍ତି। ଏହାକୁ ନେଇ କଂଗ୍ରେସ ନେତା ଏକ ମାମଲା ରୁଜୁ କରିବା ସହ ଅଲୁ ଅର୍ଜୁନଙ୍କ ସମେତ ସିନେମାର ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। 

ଉଲ୍ଲେଖଯୋଗ୍ୟ, ଦଳାଚକଟାରେ ମହିଳା ମୃତ୍ୟୁ ମାମଲାରେ ଡିସେମ୍ବର ୧୩ ତାରିଖରେ ପୁଲିସ୍‌ ଅଭିନେତାଙ୍କୁ ଗିରଫ କରିଥିଲା। ତେଲେଙ୍ଗାନା ହାଇକୋର୍ଟ ଅଲୁ ଅର୍ଜୁନଙ୍କୁ ଚାରି ସପ୍ତାହ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବା ପରେ ସେ ଜେଲରୁ ମୁକୁଳିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe