ନୂଆଦିଲ୍ଲୀ: କଂଗ୍ରେସର ପୂର୍ବ ସାଧାରଣ ସଂପାଦକ ତଥା ସୋନିଆ ଗାନ୍ଧୀଙ୍କ ଘନିଷ୍ଠ କୁହାଯାଉଥିବା ଜନାର୍ଦ୍ଦନ ଦ୍ବିବେଦୀ ଆଜି କଂଗ୍ରେସ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସର ସ୍ଥିତି ଏବେ ଅତ୍ୟନ୍ତ ପୀଡ଼ାଦାୟକ ବୋଲି ଦର୍ଶାଇ ଦ୍ବିବେଦୀ କହିଛନ୍ତି ଯେ ରାହୁଲ ଗାନ୍ଧୀ ସଭାପତି ପଦରୁ ଇସ୍ତଫା ଦେବା ପୂର୍ବରୁ କେତେକ ଜରୁରୀ ପଦକ୍ଷେପ ଗ୍ରହଣ କରିବା ଉଚିତ ଥିଲା। ଇସ୍ତଫା ପରବର୍ତ୍ତୀ ସ୍ଥିତିର ମୁକାବିଲା ଏବଂ ନୂତନ ସଭାପତି ଚୟନ ପାଇଁ ଏକ ସମନ୍ବୟ କମିଟି ଗଠନ କରିବା ଉଚିତ ଥିଲା ବୋଲି ଦ୍ବିବେଦୀ କହିଛନ୍ତି। ନିକଟରେ କଂଗ୍ରେସ ସାଧାରଣ ସଂପାଦକ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ମୁମ୍ବାଇ କଂଗ୍ରେସ ମୁଖ୍ୟ ମିଲିନ୍ଦ ଦେଓରା ଇସ୍ତଫା ଦେଇଛନ୍ତି। କର୍ଣ୍ଣାଟକରେ ମଧ୍ୟ ନେତାମାନଙ୍କ ଇସ୍ତଫା ଜାରି ରହିଛି। ତେଣୁ ଦଳ ସଭାପତି ନିଜ ଇସ୍ତଫା ପୂର୍ବରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲେ ଏଭଳି ସ୍ଥିତି ଉପୁଜି ନଥାନ୍ତା ବୋଲି ଦ୍ବିବେଦୀ କହିଛନ୍ତି।
କଂଗ୍ରେସ ନେତୃତ୍ବ ବିରୋଧରେ ପ୍ରଶ୍ନ ଉଠାଇଲେ ଜନାର୍ଦ୍ଦନ ଦ୍ବିବେଦୀ
Advertisment
Follow Us