ରାଞ୍ଚି: ଝାଡ଼ଖଣ୍ଡର ଜନୈକ କଂଗ୍ରେସ ବିଧାୟକ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଗାଲ ପରି ଚିକ୍କଣ ରାସ୍ତା ତିଆରି କରିବାକୁ ପ୍ରତିଶ୍ରୁତି ଦେଇ ବିବାଦ ସୃଷ୍ଟି କରିଛନ୍ତି। ଜାମତାରା ବିଧାୟକ ଇରଫାନ ଆନସାରୀ ନିଜେ ପ୍ରସ୍ତୁତ କରିଥିବା ଏକ ଭିଡିଓରେ କହିଛନ୍ତି, ୧୪ଟି ବିଶ୍ବ ମାନର ରାସ୍ତା ନିର୍ମାଣ ଶୀଘ୍ର ଆରମ୍ଭ ହେବ। ସେଗୁଡ଼ିକ କଙ୍ଗନା ରାଣାୱତଙ୍କ ଗାଲ ପରି ଚିକ୍କଣ ହେବ। ଆଦିବାସୀ ସମ୍ପ୍ରଦାୟର ପିଲା ଏବଂ ରାଜ୍ୟର ଯୁବକମାନେ ସେ ରାସ୍ତା ବ୍ୟବହାର କରିବେ। ବିଧାୟକ ଜଣକ ଜଣେ ଡାକ୍ତର ମଧ୍ୟ ଏବଂ ଏଭଳି ବିବାଦୀୟ ମନ୍ତବ୍ୟ ଦେବାରେ ସେ ନୂଆ ନୁହନ୍ତି। ଏହା ପୂର୍ବରୁ ମାସ୍କ ପିନ୍ଧିବା ଉପରେ ମନ୍ତବ୍ୟ ଦେଇ ଆନସାରୀ କହିଥିଲେ ଯେ, ଜଣେ ଏମ୍ବିଏସ୍ ଡାକ୍ତର ଭାବେ ସେ କହୁଛନ୍ତି, ଦୀର୍ଘ ସମୟ ଧରି ମାସ୍କ ପିନ୍ଧିବା ଭଲ ନୁହେଁ। କେବଳ ଗହଳି ସ୍ଥାନରେ ମାସ୍କ ପିନ୍ଧିବା ଉଚିତ। କୋଭିଡ୍ର ତୃତୀୟ ଲହର ପାଇଁ ଆତଙ୍କିତ ହେବା ଅନାବଶ୍ୟକ। ପାଞ୍ଚ ବା ଛଅ ଦିନରେ ରୋଗ ଭଲ ହୋଇଯାଉଛି।
କଙ୍ଗନାଙ୍କ ଗାଲ ପରି ରାସ୍ତା ତିଆରି ପାଇଁ କଂଗ୍ରେସ ବିଧାୟକଙ୍କ ପ୍ରତିଶ୍ରୁତି
Advertisment
Follow Us