Image Courtesy of NDTV
ନୂଆଦିଲ୍ଲୀ: ‘ନ୍ୟାସ୍ନାଲ୍ ହେରାଲ୍ଡ୍’ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ସାଂସଦ ରାହୁଲ୍ ଗାନ୍ଧୀଙ୍କ ଗ୍ରହଣ କରାଯାଇଥିବା ପଦକ୍ଷେପ ଆଜି ବିରୋଧରେ ଆରମ୍ଭ ହେବାକୁ ଥିବା ପଦଯାତ୍ରାକୁ ବନ୍ଦ କରିବା ସହ ପୁଲିସ ବହୁ କଂଗ୍ରେସ ନେତାଙ୍କୁ ଅଟକ ରଖିଛି।
ନୂଆଦିଲ୍ଳୀରୁ ସଂଗୃହୀତ ଭିଡିଓରେ ଦେଖାଯାଉଛି, ସୋନିଆ ଓ ରହୁଲ୍ଙ୍କ ସପକ୍ଷରେ ସ୍ଲୋଗାନ୍ ଦେଉଥିବା କଂଗ୍ରେସ କର୍ମୀମାନଙ୍କୁ ଅଟକାଇ ବସ୍ରେ ପୂରାଇ ଦେଉଛନ୍ତି। ସାମର୍ଥ୍ୟ ପ୍ରଦର୍ଶନ ଲକ୍ଷ୍ୟ ରଖିଥିବାରୁ କିଛି ସମୟ ପରେ ଉକ୍ତ ପଦଯାତ୍ରାରେ ଆହୁରି ବହୁସଂଖ୍ୟକ କଂଗ୍ରେସ କର୍ମୀ ଯୋଗ ଦେବାର ସମ୍ଭାବନା ଅଛି।
‘ମନି ଲଣ୍ଡରିଙ୍ଗ୍’ ମାମଲା ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦେଶାଳୟରେ ଆଜି ରାହୁଲ୍ ଗାନ୍ଧୀ ହାଜର ହେବେ। ସେଥିପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟ ଅଫିସ୍ ନିକଟରେ ପୁଲିସ ନିଷେଧାଦେଶ ଜାରି କରିଛି।
Image Courtesy of India Todayସାମ୍ପ୍ରଦାୟିକ ଆଇନଶୃଙ୍ଖଳା ପରିସ୍ଥିତି ଏବଂ ‘ଭିଭିଆଇପି’ମାନଙ୍କ ଚଳାଚଳ ପ୍ରସଙ୍ଗ ଦର୍ଶାଇ ପ୍ରତିବାଦ ପଦଯାତ୍ରା ପାଇଁ ଅନୁମତି ଦେବାଲାଗି ଗତରାତିରେ ଦିଲ୍ଲୀ ପୁଲିସ ଅନୁମତି ଦେବା ପାଇଁ ଅଗ୍ରାହ୍ୟ କରିଦେଇଥିଲା। କିନ୍ତୁ, ନିଷ୍ପତ୍ତିର ପୁନର୍ବିଚାର ପାଇଁ କଂଗ୍ରେସ ନେତାମାନେ ନିବେଦନ କରିଥିଲେ ବି, କିଛି ଫଳ ମିଳି ନ ଥିଲା।
ଏହାପରେ ମଧ୍ୟ କଂଗ୍ରେସ ତା’ର ପୂର୍ବ ଯୋଜନା ଅନୁସାରେ ଦିଲ୍ଲୀ ଏବଂ ଅନ୍ୟ କେତେକ ସହରରେ ପ୍ରତିବାଦ ପଦଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା।
ବିରୋଧୀମାନଙ୍କୁ ଚୁପ୍ କରାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ପ୍ରବର୍ତ୍ତନ ନିର୍ଦେଶାଳୟ ଏବଂ ଅନ୍ୟ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ବ୍ୟବହାର କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛନ୍ତି।
Follow Us