ନାଗରିକତା ସଂଶୋଧନ ଆଇନର ସମର୍ଥନରେ ବାହାରିଲେ ମଧ୍ୟପ୍ରଦେଶର କଂଗ୍ରେସ ବିଧାୟକ

Advertisment
ନାଗରିକତା ସଂଶୋଧନ ଆଇନର ସମର୍ଥନରେ ବାହାରିଲେ ମଧ୍ୟପ୍ରଦେଶର କଂଗ୍ରେସ ବିଧାୟକ

ଭୋପାଳ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରମୁଖ ବିରୋଧ କରୁଥିବା ବେଳେ ସେହି ଦଳର ହିଁ ଜଣେ ବିଧାୟକ ଏହାର ସମଥର୍ନରେ ବାହାରିଛନ୍ତି। ଏହାକୁ ଲୋକତନ୍ତ୍ର ଏବଂ ସମ୍ୱିଧାନ ବିରୋଧୀ ବୋଲି ସୋନିଆ, ରାହୁଲ ଏବଂ ପ୍ରିୟଙ୍କା କହୁଛନ୍ତି । କିନ୍ତୁ ତାଙ୍କ ଦଳର ବିଧାୟକ ହରଦୀପ ସିଂହ ଡାଙ୍ଗ ଏହା ସହିତ ଏକମତ ନୁହନ୍ତି । ଏହାକୁ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା (ଏନଆରସି)ଠାରୁ ଅଲଗା ଦେଖିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ନାଗରିକତା ସଂଶୋଧନ ଆଇନର ସମର୍ଥନରେ ବାହାରିଥିବା ଏହି କଂଗ୍ରେସ ବିଧାୟକ ହରଦୀପ ସିଂହ ଡାଙ୍ଗ ମଧ୍ୟପ୍ରଦେଶର ମନ୍ଦସୋର ଜିଲ୍ଲାର ସୁବାସରା ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି।
କଂଗ୍ରେସ ବିଧାୟକ ଡାଙ୍ଗ ସାମ୍ୱାଦିକମାନଙ୍କୁ କହିଛନ୍ତି, ପାକିସ୍ତାନ , ବାଂଲାଦେଶ ଏବଂ ଆଫଗାନିସ୍ତାନରେ ଅତ୍ୟାଚାରର ଶିକାର ହେଉଥିବା ବ୍ୟକ୍ତିଙ୍କୁ ଏଠାରେ ସୁବିଧା ମିଳିବ ,ଏଥିରେ କାହାର କ’ଣ ଅସୁବିଧା ହେଉଛି?
କଂଗ୍ରେସ ବିଧାୟକ ସ୍ପଷ୍ଟ କରି କହିଛନ୍ତି ଯେ, ନାଗରିକତା ସଂଶୋଧନ ଆଇନକୁ ନେଇ ଅଯଥା ରାଜନୀତି କରାଯିବା ଅନୁଚିତ।

publive-image image source-oneindia

କଂଗ୍ରେସ ବିଧାୟକ ହରଦୀପ ସିଂହ ଡାଙ୍ଗ ଆହୁରି ମଧ୍ୟ କହିଛନ୍ତି ଯେ ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଜମ୍ମୁ କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିଥିଲେ । ଏହାକୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ସମର୍ଥନ କରିଥିଲେ,କାରଣ ଏହା ଭିତରେ ଦେଶହିତ ପ୍ରସଙ୍ଗ ଥିଲା। ସେହିପରି କେବଳ ଦେଶର ସ୍ବାର୍ଥ ହେତୁ ସେ ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରୁଥିବା କହିଛନ୍ତି ବିଧାୟକ ହରଦୀପ ସିଂହ ଡାଙ୍ଗ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe