ଖଣି ଚୋରି ମାମଲାରେ ଦୋଷୀ ସାବ୍ୟସ୍ତ କଂଗ୍ରେସ ବିଧାୟକ ଭଗବାନ ବାରଦ ଗୁଜୁରାଟ ବିଧାନସଭା ସଦସ୍ୟ ପଦରୁ ନିଲମ୍ବିତ 

Advertisment
ଖଣି ଚୋରି ମାମଲାରେ ଦୋଷୀ ସାବ୍ୟସ୍ତ  କଂଗ୍ରେସ ବିଧାୟକ ଭଗବାନ ବାରଦ ଗୁଜୁରାଟ ବିଧାନସଭା ସଦସ୍ୟ ପଦରୁ ନିଲମ୍ବିତ 

ଅହମ୍ମଦାବାଦ: ଗୁଜୁରାଟରେ କଂଗ୍ରେସକୁ ଆଉ ଏକ ବଡ଼ ଝଟକା ଲାଗିଛି। କିଛିଦିନ ତଳେ ଉଝାର ବିଧାୟକ ଡା.ଆସାବେନ୍‌ ପଟେଲ କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ଦେବା ପରେ ତଲାଲା ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ଭଗବାନ ବାରଦଙ୍କୁ ଗୁଜୁରାଟ ବିଧାନସଭା ସଦସ୍ୟ ପଦରୁ ନିଲମ୍ବିତ କରାଯାଇଛି ବୋଲି ମଙ୍ଗଳବାର ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀ ସ୍ପଷ୍ଟ କରିଛନ୍ତି। ଗତ  ମାର୍ଚ୍ଚ ପହିଲାରେ କୋର୍ଟ ତାଙ୍କୁ ପାଖାପାଖି ତିନି ବର୍ଷ ପାଇଁ ଦଣ୍ଡାଦେଶ କରିଥିଲେ।

publive-image

ରାଜେନ୍ଦ୍ର ତ୍ରିବେଦୀ କହିଛନ୍ତି, ଗତ ମାର୍ଚ୍ଚ ୧ ତାରିଖରେ ସୁତ୍ରାପାଡା କୋର୍ଟ ଭଗବାନ ବାରଡଙ୍କୁ ୧୯୯୫ରେ ଖଣି ଚୋରି ମାମଲାରେ ଦୋଷୀ ସାବ୍ୟସ୍ତ କରି ଦୁଇବର୍ଷ ୯ମାସ ପର୍ଯ୍ୟନ୍ତ ଦଣ୍ଡ ଶୁଣାଣି କରିଥିଲେ। ଏହାପରେ ଗୁଜୁରାଟର ବିଧାନସଭା ବାଚସ୍ପତି ରାଜେନ୍ଦ୍ର ତିଓ୍ଵାରୀ ମଙ୍ଗଳବାର ଭଗବାନ ବାରଦଙ୍କୁ ବିଧାୟକ ପଦରୁ ନିଲମ୍ବିତ କରିଛନ୍ତି। ପାଖାପାଖି ୨୫ବର୍ଷ ପୂର୍ବେ ସୂତ୍ରାପାଡାର ଗୌଚର ଜମି ମାମଲାରେ ବାରଡ ବିରୋଧରେ ୨.୮୩ କୋଟି ଟଙ୍କାର ଖଣି ଚୋରି ନେଇ ଧାରା ୩୭୯ ଓ ଧାରା ୪୨୦ ଆଧାରେ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe