କଂଗ୍ରେସ ହେଉଛି ଦେଶର ସବୁଠାରୁ ଧୋକାବାଜ୍‌ ପାର୍ଟି: ଅଖିଳେଶ ଯାଦବ

Advertisment
କଂଗ୍ରେସ ହେଉଛି ଦେଶର ସବୁଠାରୁ ଧୋକାବାଜ୍‌ ପାର୍ଟି: ଅଖିଳେଶ ଯାଦବ

photo--NAVBHARATTIMES

ଲକ୍ଷ୍ନୌ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ବଦାୟୁଁରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେବା ବେଳେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଓ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀଙ୍କ ନାଆଁ ନ ନେଇ ମଧ୍ୟ ଉଭୟଙ୍କ ଉପରେ ବର୍ଷିଥିଲେ। ରାହୁଲ କହିଥିଲେ ସେ ଦୁହେଁ ମୋଦୀଜୀଙ୍କୁ ଡରୁଛନ୍ତି ଓ ମୋଦୀଜୀଙ୍କ ବିରୁଦ୍ଧରେ ପଦଟିଏ ମଧ୍ୟ କହୁନାହାଁନ୍ତି। ସେ କହିଥିଲେ ଯେ କଂଗ୍ରେସ ବିଜେପି ବିରୋଧରେ ସ୍ୱର ଉତ୍ତୋଳନ କରୁଛି। କିନ୍ତୁ ଏସ୍‌ପି କି ବିଏସପି ନେତା କିଛି କହୁନାହାଁନ୍ତି।

publive-image                                                              photo-navbhrarttimes

ରାହୁଲଙ୍କ ଏହି ବୟାନକୁ ନେଇ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଭୀଷଣ କ୍ଷୁବ୍ଧ ହୋଇଛନ୍ତି। ସେ ଏହାର ପ୍ରତିକ୍ରିୟାରେ କହିଛନ୍ତି ଯେ କଂଗ୍ରେସ ହେଉଛି ଦେଶର ସବୁଠାରୁ ଧୋକାବାଜ୍‌ ପାର୍ଟି। ଅଖିଳେଶ ଆହୁରି ମଧ୍ୟ କହିଛନ୍ତି କଂଗ୍ରେସ ଜାଣିଶୁଣି ତାଙ୍କ ପିତା ମୁଲାୟମ ସିଂହ ଯାଦବଙ୍କ ବିରୋଧ ସିବିଆଇର ଦୁରୂପଯୋଗ କରିଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ଲୋକ ତାଙ୍କ ବିରୋଧରେ ଜନସ୍ୱାର୍ଥ ମାମଲା ରୁଜ୍ଜୁ କରିଛନ୍ତି,ସେ ଜଣେ କଂଗ୍ରେସୀ ଓ ଲକ୍ଷ୍ନୌରେ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ ସମୟରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe