ଦରବୃଦ୍ଧି ବିରୋଧରେ କଂ‌ଗ୍ରେସର ଆନ୍ଦୋଳନ

Advertisment

ପ୍ରିୟଙ୍କା, ରାହୁଲ ଏବଂ ଅନ୍ୟ କଂଗ୍ରେସ ନେତା ଅଟକ

ପ୍ରିୟଙ୍କା, ରାହୁଲ ଏବଂ ଅନ୍ୟ କଂଗ୍ରେସ ନେତା ଅଟକ

ଦରବୃଦ୍ଧି ବିରୋଧରେ କଂ‌ଗ୍ରେସର ଆନ୍ଦୋଳନ

ନୂଆଦିଲ୍ଲୀ : ଦରବୃଦ୍ଧି ଏବଂ ବେକାରୀ ସମସ୍ୟାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଶୁକ୍ରବାର ଦିନ ଦେଶବ୍ୟାପୀ ଆନ୍ଦୋଳନ ହୋଇଛି। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ଅନ୍ୟ କଂଗ୍ରେସ ସାଂସଦମାନେ ଆଜି ସଂସଦ ଭବନ ପରିସରରେ ଆନ୍ଦୋଳନ କରିଥିବା ବେଳେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଏଆଇସିସି ମୁଖ୍ୟାଳୟ ବାହାରେ ଧାରଣାରେ ବସିଥିଲେ। ରାହୁଲ ଗାନ୍ଧିଙ୍କ ସମେତ ଅନ୍ୟ କଂଗ୍ରେସ ସାଂସଦମାନେ ଆଜି ସଂସଦ ଭବନ ପରିସରରେ ମଧ୍ୟ ଆନ୍ଦୋଳନ କରିଛନ୍ତି। କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧିଙ୍କ ଉପସ୍ଥିତିରେ ବିରୋଧୀ ଦଳର ଆନ୍ଦୋଳନରତ ସାଂସଦମାନେ ଦରବୃଦ୍ଧି ପ୍ରସଙ୍ଗରେ ସରକାର ବିରୋଧରେ ସ୍ଲୋଗାନ ଦେଇଥିଲେ। କିଛି ନିର୍ଦ୍ଦିଷ୍ଟ ସାମଗ୍ରୀ ଉପରୁ ଜିଏସଟି ପ୍ରତ୍ୟାହାର ପାଇଁ ସେମାନେ ଦାବି କରିଥିଲେ। ସେମାନେ ରାଷ୍ଟ୍ରପତି ଭବନ ଅଭି‌ମୁଖେ ଆନ୍ଦୋଳନ ଯାତ୍ରା ଆରମ୍ଭ କରିଥିବା ବେଳେ ବାଟରେ ଦିଲ୍ଲୀ ପୁଲିସ ସେମାନଙ୍କୁ ଅଟକାଇଥିଲା। ଦିଲ୍ଲୀ ପୁଲିସ ସେମାନଙ୍କୁ ରାଷ୍ଟ୍ରପତି ଭବନ ଅଭିମୁଖେ ଯିବାକୁ ଦେଇନଥିଲା। ଅନ୍ୟ ସାଂସଦମାନଙ୍କୁ ଦିଲ୍ଲୀ ପୁଲିସ ବିଜୟ ଚୌକ ନିକଟରେ ଅଟକ ରଖିଥିଲା। ରାହୁଲ ଗାନ୍ଧି, ବରିଷ୍ଠ କଂଗ୍ରେସ ନେତା‌ କେସି ବେଣୁଗୋପାଳ, ଅଧୀର ରଂଜନ ଚୌଧୁରୀ ଏବଂ ଗୌରବ ଗୋଗଇଙ୍କ ସମେତ ୬୪ ଜଣ ସାଂସଦଙ୍କୁ ଆଜି ଦିଲ୍ଲୀ ପୁଲିସ ବିଜୟ ଚୌକ ନିକଟରୁ ଅଟକ ରଖିଛି । ଆଜିର ଆନ୍ଦୋଳନ କାର୍ଯ୍ୟକ୍ରମରେ ସୋନିଆ ସାମିଲ ହୋଇନଥିଲେ।

publive-image

ଅନ୍ୟପକ୍ଷେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ଶୁକ୍ରବାର ଦିନ ଏଆଇସିସି ମୁଖ୍ୟାଳୟ ବାହାରେ ଧାରଣାରେ ବସିଥିଲେ। କଳା ରଙ୍ଗର ପୋଷାକ ପିନ୍ଧି ପ୍ରିୟଙ୍କା ଆନ୍ଦୋଳନରେ ସାମିଲ ହୋଇଥିଲେ। ପ୍ରିୟଙ୍କା ଦଳର ମୁଖ୍ୟାଳୟ ବା‌ହାରେ ଧାରଣାରେ ବସିଥିବା‌ବେଳେ ତାଙ୍କୁ ପୁଲିସ ଅଟକ ରଖିଛି। ପ୍ରିୟଙ୍କାଙ୍କୁ ଦିଲ୍ଲୀ ପୁଲିସର ମହିଳା କନେଷ୍ଟବଳ ପୁଲିସ ଭ୍ୟାନକୁ ଟାଣି ନେଉଥିବା ଭିଡିଓ ଭାଇରାଲ୍‌ ହୋଇଛି। ଅଟକ ହେବା ପୂର୍ବରୁ ପ୍ରିୟଙ୍କା ମୁଖ୍ୟାଳୟ ବାହାରେ ୩ ଫୁଟ୍‌ ଉଚ୍ଚତାର ବ୍ୟାରିକେଡ୍‌ ଡେଇଁ ଆଗକୁ ବଢ଼ିଥିଲେ। ଏହି ସମୟରେ ସେ ଦିଲ୍ଲୀ ପୁଲିସ ଦ୍ବାରା ଅଟକ ରହିଥିଲେ।

ଅନ୍ୟପକ୍ଷେ ଶୁକ୍ରବାର ଦିନ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜସ୍ଥାନର ଯୋଧପୁରରେ କଂଗ୍ରେସ କର୍ମୀମାନେ ବଡ଼ ଧରଣର ଆନ୍ଦୋଳନ କରିଥିବା ବେଳେ ବିହାରରେ କଂଗ୍ରେସ ପକ୍ଷରୁ ‘ରାଜଭବନ ଘେରାଉ’ କରାଯାଇଥିଲା। ପଂଜାବ ଏବଂ ଚଣ୍ଡିଗଡ଼ରେ ମଧ୍ୟ ଆନ୍ଦୋଳନ ହୋଇଛି। ପ୍ରିୟଙ୍କା ଗାନ୍ଧି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ପାଇଁ କୌଣସି ଦରବୃଦ୍ଧି ହୋଇନାହିଁ। ସେ ଦେଶର ସମ୍ପତ୍ତିକୁ ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତିଙ୍କୁ ଦେଇ ଦେଇଛନ୍ତି। କେବଳ ସେହି ଅଳ୍ପ କିଛି ବ୍ୟକ୍ତି ଏହି ସରକାର ଦ୍ବାରା ଉପକୃତ ହୋଇଛନ୍ତି, କିନ୍ତୁ ସାଧାରଣ ଲୋକ ଭୀଷଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe