ନାଗରିକତା ସଂଶୋଧନ ଆଇନ୍‌ର ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ

Advertisment
ନାଗରିକତା ସଂଶୋଧନ ଆଇନ୍‌ର ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ

Scroll.in

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌ (ସିଏବି)ର ବୈଧତାକୁ ଚ୍ୟାଲେଞ୍ଜ କରି ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଆଜି ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ନାଗରିକତା ସଂଶୋଧନ ଆଇନ୍‌ର ବୈଧତାକୁ ଚ୍ୟାଲେଞ୍ଜ କରି କଂଗ୍ରେସ୍‌ ସୁପ୍ରିମ୍‌ କୋର୍ଟରେ ଆଗତ କରିଥିବା ଯାଚିକାରେ ଅଭିଯୋଗ କରି କହିଛି ଯେ ଏହା ଭାରତୀୟ ସମ୍ବିଧାନର ଧାରା ୧୪ର ବିରୋଧାଚରଣ କରୁଛି। ଭାରତୀୟ ସମ୍ବିଧାନର ଧାରା ୧୪ରେ, ‘ଆଇନ୍‌ ଦୃଷ୍ଟିରେ ସମାନ; ନିଜ ଅଧିକାରର ସୁରକ୍ଷା ପାଇଁ ଆଇନ୍‌ ଉପରେ ସମସ୍ତଙ୍କର ଅଧିକାର ଅଛି। ରାଷ୍ଟ୍ର ଏଥିରୁ କାହାରିକି ହେଲେ ସୁଦ୍ଧା ବଞ୍ଚିତ କରିପାରିବ ନାହିଁ;’ ବୋଲି ଉଲ୍ଲେଖ ରହିଥିବା ବେଳେ ନାଗରିକତା ସଂଶୋଧନ ଆଇନ୍‌ ଏହାର ବିରୋଧାଚରଣ କରୁଛି।

publive-image Asia News

ଉଲ୍ଲେଖଯୋଗ୍ୟ, ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଭାରତକୁ ଚାଲିଆସି ଶରଣାର୍ଥୀ ଭାବେ ବସବାସ କରୁଥିବା ଅଣ ମୁସଲିମ ଶରଣାର୍ଥୀମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏହି ନୂତନ ନାଗରିକତା ସଂଶୋଧନ ବିଲ୍‌କୁ ସଂସଦର ଚଳିତ ଶୀତକାଳୀନ ଅଧିବେଶନରେ ଆଗତ କରିବା ସହ ସଂସଦର ଉଭୟ ଲୋକସଭା ଓ ରାଜ୍ୟସଭାରୁ ଏହାକୁ ପାସ୍‌ କରାଇ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe