ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ଅଧ୍ୟକ୍ଷ ଶାହାଙ୍କ ଆଚରଣ ବିଧି ଉଲ୍ଲଂଘନ ନେଇ ନିର୍ବାଚନ କମିଶନ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ କରି କଂଗ୍ରେସ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ; ମଙ୍ଗଳବାର ହେବ ଜରୁରୀ ଶୁଣାଣି

Advertisment
ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ଅଧ୍ୟକ୍ଷ ଶାହାଙ୍କ ଆଚରଣ ବିଧି ଉଲ୍ଲଂଘନ ନେଇ ନିର୍ବାଚନ କମିଶନ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ କରି କଂଗ୍ରେସ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ; ମଙ୍ଗଳବାର ହେବ ଜରୁରୀ ଶୁଣାଣି

Latestly

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଥିଲେ ମଧ୍ୟ ନିର୍ବାଚନ କମିଶନ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ନିରବଦ୍ରଷ୍ଟା ସାଜି ବସି ରହିଛନ୍ତି ବୋଲି ଅଭିଯୋଗ କରି ସୁପ୍ରିମ୍‌ କୋର୍ଟରେ ଏକ ଯାଚିକା ଆଗତ କରିଛି କଂଗ୍ରେସ। ଏଥିସହ ଏହି ମାମଲାର ଜରୁରୀ ଶୁଣାଣି ପାଇଁ ମଧ୍ୟ ଅନୁରୋଧ କରିଛି। କଂଗ୍ରେସ ପକ୍ଷରୁ ଆଗତ ଏହି ଯାଚିକାକୁ ସୁପ୍ରିମ୍‌ କୋର୍ଟ ବିଚାର ପାଇଁ ଗ୍ରହଣ କରିବା ସହ ଆସନ୍ତାକାଲି (ମଙ୍ଗଳବାର) ଏହି ମାମଲାର ଜରୁରୀ ଶୁଣାଣି କରିବେ ବୋଲି ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗେଇ କହିଛନ୍ତି।


ହସ୍ତଗତ ହୋଇଥିବା ମାମଲାର ବିବରଣୀରୁ ପ୍ରକାଶ, କଂଗ୍ରେସ ସାଂସଦ ସୁସ୍ମିତା ଦେବ ସୁପ୍ରିମ୍‌ କୋର୍ଟରେ ଏହି ଯାଚିକା ଆଗତ କରିଛନ୍ତି। ଆଗତ ଯାଚିକାରେ କଂଗ୍ରେସ ସାଂସଦ ସୁସ୍ମିତା ଅଭିଯୋଗ କରି କହିଛନ୍ତି ଯେ ଅହମ୍ମଦାବାଦ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଦର୍ଶ ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ କରି ରୋଡ୍‌ ସୋ’ର ଆୟୋଜନ କରିଥିଲେ ମଧ୍ୟ ନିର୍ବାଚନ କମିଶନ ସେମାନଙ୍କ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି। ସେହିପରି ପ୍ରଚାର ନିରବତା ଅବଧି କାଳରେ ଏହି ଦୁଇ ନେତା ମଧ୍ୟ ସେମାନଙ୍କର ପ୍ରଚାର ଅଭିଯାନ ଜାରି ରଖିଛନ୍ତି। ଏସଂପର୍କରେ ସମସ୍ତ ତଥ୍ୟ ପ୍ରମାଣ ସହ କଂଗ୍ରେସ ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରା ଯାଇଥିଲେ ମଧ୍ୟ ନିର୍ବାଚନ କମିଶନ ଏହି ଦୁଇ ବିଜେପି ନେତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଆଗତ ଯାଚିକାରେ ଅଭିଯୋଗ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe