ରାହୁଲ, ଗାନ୍ଧୀ ପରିବାରର ସଦସ୍ୟ ହୋଇଥିବାରୁ ଦଣ୍ଡ କମ ମିଳିବାର ଥିଲା: କଂଗ୍ରେସ ସାଂସଦ

Advertisment
ରାହୁଲ, ଗାନ୍ଧୀ ପରିବାରର ସଦସ୍ୟ ହୋଇଥିବାରୁ ଦଣ୍ଡ କମ ମିଳିବାର ଥିଲା: କଂଗ୍ରେସ ସାଂସଦ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଯାଇଛି | ଆଉ ଏବେ କଂଗ୍ରେସ ନୂଆ ରଣନୀତି ପ୍ରସ୍ତୁତ କରି ଆଗକୁ ବଢୁଛି | ଏହାରି ମଧ୍ୟରେ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ ଏମିତି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ରାଜ୍ୟସଭା ସାଂସଦ ଥିବା ପ୍ରମୋଦ ତିୱାରୀ କହିଛନ୍ତି ଯେ ରାହୁଲ, ଗାନ୍ଧୀ ପରିବାରରୁ ଆସିଥିବାବେଳେ ତାଙ୍କ ପ୍ରତି ଦଣ୍ଡ କୋହଳ କରାଯିବାର ଆବଶ୍ୟକତା ଥିଲା, ରାହୁଲଙ୍କୁ ମିଳିଥିବା ଦଣ୍ଡକୁ ବିଚାର କରାଯିବାର ଥିଲା | ସେ କହିଛନ୍ତି ଯେ ଯଦି ୨ ବର୍ଷରୁ କମ ଜେଲଦଣ୍ଡ ହୋଇଥାନ୍ତା, ତେବେ ରାହୁଲଙ୍କର ଲୋକସଭା ସଦସ୍ୟତା ବଂଚିଯାଇଥାନ୍ତା | ଏକ ସାକ୍ଷାତକାରରେ ପ୍ରମୋଦ କହିଛନ୍ତି ଯେ ରାହୁଲ ଗାନ୍ଧୀ ଯେଉଁ ପରିବାରରୁ ଆସୁଛନ୍ତି ସେହି ବିଷୟରେ ଥରେ ଜାଣନ୍ତୁ |

ରାହୁଲଙ୍କୁ ଦଣ୍ଡ ଦେବା ପୂର୍ବରୁ ତାଙ୍କ ପରିବାରର ପୃଷ୍ଠଭୂମି ବିଷୟରେ ଜାଣିବାର ଥିଲା | କୌଣସି ସମ୍ମାନିତ ବ୍ୟକ୍ତିଙ୍କୁ ଦଣ୍ଡ ଦେବା ପୂର୍ବରୁ ତାଙ୍କର ପରିବାର ବାବଦରେ ଜାଣିବା ଉଚିତ | ଯଦି ରାହୁଲଙ୍କୁ କମ ଦଣ୍ଡ ମିଳିଥାନ୍ତା, ତେବେ ତାଙ୍କର ଲୋକସଭା ସଦସ୍ୟତା ରଦ୍ଦ ହୋଇନଥାନ୍ତା | ଉଲ୍ଲେଖ ଥାଉ କି ଶୁକ୍ରବାର ଦିନ ଲୋକସଭା ସଦସ୍ୟତା ପଦରୁ ଅଯୋଗ୍ୟ ‌ଘୋଷିତ ହେବା ପରେ ଆଜି ଡକାଇଥିବା ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ କହିଛନ୍ତି ଯେ ମୁଁ ଭୟଭୀତ ନୁହେଁ, ଅଯୋଗ୍ୟତାକୁ ଅଥବା ଜେଲ୍‌ ଯିବାକୁ ଦ୍ଵିଧା କରେନାହି | ସେ କହିଛନ୍ତି, ମୁଁ ଭୟଭୀତ ନୁହେଁ କି, ଅଯୋଗ୍ୟତାକୁ ପରବାୟ କରେନା। ମୁଁ ପ୍ରଧାନମନ୍ତ୍ରୀ ମୋଦୀ ଓ ଆଦାନିଙ୍କ ସମ୍ପର୍କ ବିଷୟରେ ପ୍ରଶ୍ନ ପଚାରିବା ଜାରି ରଖିବି। ସତ୍ୟ ପାଇଁ ସଂଗ୍ରାମ ଚଳାଇବି। ଏବେ ଏହା ମୋ ଜୀବନର ସଙ୍କଳ୍ପ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe