ପାଲେଷ୍ଟାଇନ ବ୍ୟାଗ ପକାଇ ସଂସଦରେ ପହଞ୍ଚିଥିଲେ ପ୍ରିୟଙ୍କା, ହେଲେ ଟ୍ରୋଲ

ପ୍ରିୟଙ୍କା ଗାନ୍ଧୀ ପାଲେଷ୍ଟାଇନକୁ  ସମର୍ଥନ କରିବା ଏହା ପ୍ରଥମ ଘଟଣା ନୁହେଁ। ସେ ନିକଟରେ ଭାରତ ଗସ୍ତରେ ଆସିଥିବା ପାଲେଷ୍ଟାଇନ ରାଷ୍ଟ୍ରଦୂତ ଆବେଦ ଏଲ୍ରାଜେଜ ଆବୁ ଜାଜରଙ୍କୁ ଭେଟିଥିଲେ। ପାଲେଷ୍ଟାଇନ ରାଷ୍ଟ୍ରଦୂତ ପ୍ରିୟଙ୍କାଙ୍କୁ ୱାୟାନାଡ ଲୋକସଭା ନିର୍ବାଚନରେ ବିଜୟ ହୋଇଥିବାରୁ ଅଭିନନ୍ଦନ ଜଣାଇଥିଲେ।

ଅଦ୍ୟତନ ହୋଇଛି
palestine


ନୂଆଦିଲ୍ଲୀ: ପାଲେଷ୍ଟାଇନ ପ୍ରତି କଂଗ୍ରେସର ଭଲପାଇବା ପୁଣି ଥରେ ଦେଖିବାକୁ ମିଳିଛି। ପ୍ରିୟଙ୍କା ଗାନ୍ଧୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯେଉଁଥିରେ ତାଙ୍କୁ ପାଲେଷ୍ଟାଇନ ଲେଖାଥିବା ଏକ ବ୍ୟାଗ କାନ୍ଧରେ ପକାଇଥିବା ଦେଖିବାକୁ ମିଳୁଛି। 

କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ପାଲେଷ୍ଟାଇନ ଲେଖାଥିବା ବ୍ୟାଗ ଧରି ଅନ୍ୟ କେଉଁଆଡେ ନୁହେଁ ସଂସଦରେ ପହଞ୍ଚିଥିଲେ। ପ୍ରିୟଙ୍କା ଗାନ୍ଧୀଙ୍କ ଏହି ପାଲେଷ୍ଟାଇନ ବ୍ୟାଗକୁ ନେଇ ଏକ ରାଜନୈତିକ ଲଢ଼େଇ ଆରମ୍ଭ ହୋଇଛି।
 

ବିଜେପି ପ୍ରିୟଙ୍କା ଗାନ୍ଧୀଙ୍କୁ ଆକ୍ଷେପ କରିଛି। କେନ୍ଦ୍ର ମନ୍ତ୍ରୀ ଏସପି ସିଂ ବଘେଲ କହିଛନ୍ତି ଯେ ପ୍ରିୟଙ୍କା ମୁସଲିମ ଭୋଟର ଅନ୍ତୁଷ୍ଟି କାରଣରୁ ପାଲେଷ୍ଟାଇନ ଲେଖାଥିବା ବ୍ୟାଗ ନେଇ ସଂସଦରେ ପହଞ୍ଚିଥିଲେ। 

ପ୍ରିୟଙ୍କା ଗାନ୍ଧୀ ପାଲେଷ୍ଟାଇନକୁ  ସମର୍ଥନ କରିବା ଏହା ପ୍ରଥମ ଘଟଣା ନୁହେଁ। ସେ ନିକଟରେ ଭାରତ ଗସ୍ତରେ ଆସିଥିବା ପାଲେଷ୍ଟାଇନ ରାଷ୍ଟ୍ରଦୂତ ଆବେଦ ଏଲ୍ରାଜେଜ ଆବୁ ଜାଜରଙ୍କୁ ଭେଟିଥିଲେ। ପାଲେଷ୍ଟାଇନ ରାଷ୍ଟ୍ରଦୂତ ପ୍ରିୟଙ୍କାଙ୍କୁ ୱାୟାନାଡ ଲୋକସଭା ନିର୍ବାଚନରେ ବିଜୟ ହୋଇଥିବାରୁ ଅଭିନନ୍ଦନ ଜଣାଇଥିଲେ।

ନିକଟରେ ପ୍ରିୟଙ୍କାଙ୍କ ଏକ ବୟାନକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଲୋକସଭାରେ ସମ୍ବିଧାନ ଉପରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୧୦ ମିନିଟର ଦୀର୍ଘ ଭାଷଣ ଦେଇଥିଲେ।

ଏହି ଭାଷଣକୁ ନେଇ ୱାୟାନଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରତିକ୍ରିୟା ଦେଇ କହିଥିଲେ, ‘  ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣ ବିରକ୍ତିକର, ଯେଉଁଥିପାଇଁ ସେ ବିରକ୍ତ ହୋଇଯାଇଛନ୍ତି। ପିଏମ ମୋଦି କିଛି ନୂଆ କିମ୍ବା ଭିନ୍ନ କଥା କହି ନାହାଁନ୍ତି, ଏହା ବିଦ୍ୟାଳୟରେ ଗଣିତର ଡବଳ ପିରିୟଡରେ ବସିବା ପରି। କାରଣ ମୋଦୀ ସମାନ କଥାକୁ ବାରମ୍ବାର ଦୋହରାଉଥିଲେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe