ୟୁପି ବିଧାନସଭା ନିର୍ବାଚନ ଜିତିବା ପାଇଁ କଂଗ୍ରେସର ନୂଆ ରଣନୀତି: ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମା’ଙ୍କୁ କଲା ପ୍ରାର୍ଥୀ

ୟୁପି ବିଧାନସଭା ନିର୍ବାଚନ ଜିତିବା ପାଇଁ କଂଗ୍ରେସର ନୂଆ ରଣନୀତି: ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମା’ଙ୍କୁ କଲା ପ୍ରାର୍ଥୀ

ଲକ୍ଷ୍ନୌ: ଚର୍ଚ୍ଚାରେ କଂଗ୍ରେସର ରଣନୀତି। ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଥିବା ବେଳେ ଆଜି ପ୍ରାର୍ଥୀଙ୍କ ପ୍ରଥମ ସୂଚୀ ଜାରି କରିଛି କଂଗ୍ରେସ। ଆଜି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୧୨୫ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ପ୍ରଥମ ତାଲିକାରେ ୪୦ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦିଆଯାଇଛି। ମହିଳାମାନଙ୍କ ନାଁ ଘୋଷଣା କରି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ଏହି ସମସ୍ତ ମହିଳା ସଂଘର୍ଷ କରିବାକୁ ଯାଉଛନ୍ତି। ବଡ କଥା ହେଉଛି ଉନ୍ନାଓ ଦୁଷ୍କର୍ମ ପୀଡ଼ିତ‌ାଙ୍କ ମା’ ଆଶା ଦେବୀଙ୍କୁ ମଧ୍ୟ କଂଗ୍ରେସ ଟିକେଟ ଦେଇଛି।

ସାମ୍ବାଦିକ ସମ୍ମିଳନୀରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ୧୨୫ ପ୍ରାର୍ଥୀଙ୍କ ତାଲିକାରୁ ୫୦ଜଣ ମହିଳା ଅଛନ୍ତି। ସଂଘର୍ଷ କରିପାରୁଥିବା ପ୍ରାର୍ଥୀଙ୍କୁ ବାଛିବାକୁ ଆମେ ଚେଷ୍ଟା କରିଛୁ।ଏହା ଆମର ପ୍ରୟାସ ଯେ ସେମାନଙ୍କ ମାଧ୍ୟମରେ ଆମେ ୟୁପି ରାଜନୀତିକୁ ଏକ ନୂତନ ଦିଗ ଦେବାରେ ସକ୍ଷମ ହେବୁ। ଏହି ତାଲିକାରେ କିଛି ମହିଳା ସାମ୍ବାଦିକ ଅଛନ୍ତି। ଜଣେ ଅଭିନେତ୍ରୀ ଏବଂ ଅନ୍ୟମାନେ ସଂଘର୍ଷ କରୁଥିବା ମହିଳା ରହିଛନ୍ତି, ଯେଉଁମାନେ କଂଗ୍ରେସରେ ଥିବାବେଳେ ବହୁ ବର୍ଷ ଧରି ସଂଘର୍ଷ କରିଆସୁଛନ୍ତି।

ଉଲ୍ଲେଖଯୋଗ୍ୟ, ୭ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୪୦୩ବିଧାନସଭା ଆସନ ପାଇଁ ଭୋଟ୍ ଫେବ୍ରୁଆରି ୧୦ରୁ ଆରମ୍ଭ ହେବ। ୟୁପିରେ ୧୦, ୧୪, ୨୦, ୨୩, ୨୭ଏବଂ ମାର୍ଚ୍ଚ ୩ ଏବଂ ୭ରେ ମତଦାନ ହେବ। ଏହା ପରେ ମାର୍ଚ୍ଚ ୧୦ରେ ଭୋଟ୍ ଗଣନା ହେବ। କରୋନାକୁ ଦୃଷ୍ଟିରେ ରଖି ୟୁପି, ପଞ୍ଜାବ, ଗୋଆ, ମଣିପୁର ଏବଂ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ଜାନୁଆରୀ ୧୫ପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ‌କୌଣସି ରାଜନୈତିକ ସମାବେଶ ଏବଂ ରୋଡ୍ ସୋ’କୁ ଅନୁମତି ଦେଇନାହାଁନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe