ତୁର୍କୀରେ କାର୍ଯ୍ୟାଳୟ ଖୋଲିଲା କଂଗ୍ରେସ: ବ୍ୟବସାୟିକ, ସାଂସ୍କୃତିକ ଓ ପର୍ଯ୍ୟଟନ ସଂପର୍କ ବୃଦ୍ଧି କରାଇବା ଉଦ୍ଦେଶ୍ୟ

Advertisment

ଧାରା ୩୭୦ ଉଚ୍ଛେଦ ପ୍ରସଂଗରେ ପାକିସ୍ତାନକୁ ତୁର୍କୀ ସମର୍ଥନ କରିଥିବା ହେତୁ କଂଗ୍ରେସକୁ ସମାଲୋଚନା କଲା ବିଜେପି

ଧାରା ୩୭୦ ଉଚ୍ଛେଦ ପ୍ରସଂଗରେ ପାକିସ୍ତାନକୁ ତୁର୍କୀ ସମର୍ଥନ କରିଥିବା ହେତୁ କଂଗ୍ରେସକୁ ସମାଲୋଚନା କଲା ବିଜେପି

ତୁର୍କୀରେ କାର୍ଯ୍ୟାଳୟ ଖୋଲିଲା କଂଗ୍ରେସ: ବ୍ୟବସାୟିକ, ସାଂସ୍କୃତିକ ଓ ପର୍ଯ୍ୟଟନ ସଂପର୍କ ବୃଦ୍ଧି କରାଇବା ଉଦ୍ଦେଶ୍ୟ

Deccan Chronicle

ନୂଆଦିଲ୍ଲୀ: ମୁଖ୍ୟ ବିରୋଧୀ ଦଳ ଭାରତୀୟ ଜାତୀୟ କଂଗ୍ରେସର ଅନ୍ତର୍ଜାତୀୟ ଶାଖା ଇଣ୍ଡିଆନ୍‌ ଓଭରସିଜ୍ କଂଗ୍ରେସ(ଆଇଓସି) ବ୍ୟବସାୟିକ, ସାଂସ୍କୃତିକ ଓ ପର୍ଯ୍ୟଟନ ସଂପର୍କ ବଢ଼ାଇବା ପାଇଁ ତୁର୍କୀରେ ଏକ କାର୍ଯ୍ୟାଳୟ ଖୋଲିଛି। ଇସ୍ତାନବୁଲ୍‌ରେ ଖୋଲା ଯାଇଥିବା ଏହି କାର୍ଯ୍ୟାଳୟକୁ ଆଇଓସିର ସଦସ୍ୟ ମହମ୍ମଦ ୟୁଶୁଫ୍‌ ଖାନଙ୍କ ତତ୍ବାବଧାନରେ ସୋମବାର ଉଦ୍‌ଘାଟନ କରାଯାଇଛି। ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ, ସାଂସ୍କୃତିକ ଓ ପର୍ଯ୍ୟଟନ ସଂପର୍କ ବୃଦ୍ଧି କରାଇବା ଉଦେଶ୍ୟରେ ଏହି କାର୍ଯ୍ୟାଳୟ ଖୋଲାଯାଇଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଉଛି।

ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସଂପର୍କକୁ ମଜ୍‌ବୁତ କରିବା ପାଇଁ ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ତୁର୍କୀରେ କାର୍ଯ୍ୟାଳୟ ଖୋଲିବା ସହ ପ୍ରତିନିଧୀ ନିଯୁକ୍ତି କରିଥିବା ସୂଚନା ରହିଛି। ଯେହେତୁ ଜାତିସଂଘରେ ତୁର୍କୀ ଧାରା ୩୭୦ ଉଚ୍ଛେଦ ପ୍ରସଂଗ ନେଇ ପାକିସ୍ତାନକୁ ସମର୍ଥନ କରିଥିଲା ତେଣୁ  ତୁର୍କୀରେ ନିଜର କାର୍ଯ୍ୟାଳୟ ଖୋଲିଥିବା ହେତୁ ସୋସିଆଲ୍‌ ମିଡିଆରେ କଂଗ୍ରେର ଏହି ପଦକ୍ଷେପକୁ ନେଇ ଚର୍ଚ୍ଚା ହେଉଛି।  ଏପରିକି ବିଜେପିର ଆଇଟି ସେଲ୍‌ ଦାୟିତ୍ବରେ ଥିବା ଅମିତ ମାଲବ୍ୟ ଏ ନେଇ କଂଗ୍ରେସକୁ ସିଧାସଳଖ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe